VIDEO: ପଦ୍ମନାଭସ୍ୱାମୀଙ୍କ ଶରଣରେ ଟିମ୍ ଇଣ୍ଡିଆ, ପାରମ୍ପରିକ ପୋଷାକରେ ନଜର ଆସିଲେ ଖେଳାଳି

NEWS7
john-abraham-avoids-social-media

ଥିରୁଅନନ୍ତପୁରମ୍: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ଜାନୁଆରୀ ୩୧ (ଶନିବାର) ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ, ଟିମ୍ ଇଣ୍ଡିଆର ଅନେକ ଖେଳାଳି ତିରୁଅନନ୍ତପୁରମର ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ଯାଇ ପୂଚାର୍ଚ୍ଚନା କରିଛନ୍ତି । ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପଦ୍ମନାଭସ୍ୱାମୀଙ୍କ ଦର୍ଶନ କରିଛନ୍ତି ।

ମନ୍ଦିରରେ ପହଞ୍ଚିଥିବା ଖେଳାଳିମାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଖେଳାଳିମାନେ ଦର୍ଶନ ପାଇଁ ପାରମ୍ପରିକ ପୋଷାକ ପିନ୍ଧିଥିବା ଦେଖାଯାଉଛି। ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଫିନିଶର ରିଙ୍କୁ ସିଂହ, ସ୍ପିନର କୁଲଦୀପ ଯାଦବ, ସ୍ପିନର ରବି ବିଷ୍ଣୋଇ, ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ଫିଲ୍ଡିଂ କୋଚ୍ ଟି. ଦିଲୀପଙ୍କୁ ଭିଡିଓରେ ଦେଖିବାକୁ ମିଳିଛି।

 

ନାଗପୁର, ରାୟପୁର ଏବଂ ଗୌହାଟୀରେ ଖେଳାଯାଇଥିବା ପ୍ରଥମ ତିନୋଟି ଟି-୨୦ ଜିତି ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ ଜିତିଥିଲା ମେନ୍ ଇନ୍ ବ୍ଲୁ । ଏହା ପରେ ବିଶାଖାପାଟଣାରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ଟିମ୍ ଇଣ୍ଡିଆ ୫୦ ରନରେ ପରାଜୟ ବରଣ କରିଥିଲା।

ଚତୁର୍ଥ ମ୍ୟାଚ୍ ହାରିବା ପରେ, ଭାରତୀୟ ଦଳ ଶେଷ ଟି-୨୦ ଜିତି ସିରିଜ୍ ୪-୧ରେ ଶେଷ କରିବାକୁ ଚେଷ୍ଟା କରିବ। ପଞ୍ଚମ ମ୍ୟାଚ ସୂର୍ଯ୍ୟ ବ୍ରିଗେଡ୍ କିପରି ପ୍ରଦର୍ଶନ କରୁଛି ତା ଉପରେ ଖେଳପ୍ରେମୀଙ୍କ ନଜରରେ ରହିବ । ଆଗାମୀ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଟି-୨୦ ସିରିଜ୍। ତେଣୁ, ଟିମ୍ ଇଣ୍ଡିଆ ନିଶ୍ଚିତ ଭାବରେ ଶେଷ ମ୍ୟାଚ୍ରେ ବିଜୟ ସହିତ ତାର ପ୍ରସ୍ତୁତିକୁ ଶେଷ କରିବାକୁ ଚାହିଁବ।