ଅଭିନେତ୍ରୀ ହିମାଂଶି ଖୁରାନାଙ୍କୁ ଧମକପୂର୍ଣ୍ଣ ଇମେଲ୍, ପୋଲିସରେ ହେଲେ ଫେରାଦ

NEWS7
jodhpur-woman-dies-of-congo-fever-rajasthan-govt-issues-guidelines

ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତ୍ରୀ ହିମାଂଶି ଖୁରାନାଙ୍କୁ ଧମକପୂର୍ଣ୍ଣ ଇମେଲ୍। ଶନିବାର ଅଭିନେତ୍ରୀ ଏନେଇ ମୋହାଲି ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଇମେଲ କେଉଁଠୁ ଆସିଛି ତାହାର ସତ୍ୟାସତ୍ୟ ଜାଣିବାକୁ ଉଦ୍ୟମ କରୁଛି।

ପୋଲିସର ସୂଚନା ଅନୁସାରେ, ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ୧୦ କୋଟି ଟଙ୍କାର ବଟି ମାଗିବା ସହ ଧମକପୂର୍ଣ୍ଣ ଇମେଲ ପଠାଇଛି ଜଣେ ବିଦେଶୀ ଗ୍ୟାଙ୍ଗଷ୍ଟର । ଅଭିଯୋଗ ପରେ ପୋଲିସ ଶନିବାର ଏକ ଏଫଆଇଆର ରୁଜୁ କରିଛି । ବିଏନଏସର ଧାରା ୩୦୮(୪) (ବଟି ମାଗିବା) ଏବଂ ୩୫୧ (୩) (ଅପରାଧିକ ଧମକ) ଅନୁସାରେ ମାମଲା ରୁଜୁ ହୋଇଛି।

ପୋଲିସ ସୁପରିଟେଣ୍ଡେଣ୍ଟ (ତଦନ୍ତ) ସୌରଭ ଜିନ୍ଦଲ କହିଛନ୍ତି, ଅଭିଯୋଗ ଅନୁସାରେ ଇମେଲରେ ଏକ ଭଏସ ନୋଟ ରହିଛି। ଯାହାକୁ ବିଦେଶୀ ଗ୍ୟାଙ୍ଗଷ୍ଟର ପଠାଇଛି। ଏଥିରେ ୧୦ କୋଟି ଟଙ୍କାର ବଟି ମଗାଯାଇଛି।’’ ପୋଲିସ ତଦନ୍ତ ଆରମ୍ଭ କରିଛି । ଇମେଲର ସତ୍ୟାସତ୍ୟ ଏବଂ ଭଏସ ମେସେଜ ଜାଣିବକୁ ତଦନ୍ତ ଆରମ୍ଭ ହୋଇଛି। ଆଇନ ଅନୁସାରେ ଆକ୍ସନ ନିଆଯିବ।

ସୂଚନାଥାଉକି, ଅଭିନେତ୍ରୀ ମଡେଲ ହିମାଂଶି ଖୁରାନା ୨୦୧୩ ପଞ୍ଜାବୀ ଫିଲ୍ ‘ସାଡ୍ଡା ହକ୍’ରେ ନିଜର ଭୂମିକା ପାଇଁ ଜଣାଶୁଣା। ସେ ଅନେକ ମ୍ୟୁଜିକ୍ ଭିଡିଓରେ ତାଙ୍କୁ ଦେଖିବାକୁ ମିଳିଛି। ଏହା ସହ ତାଙ୍କୁ ବିଗ୍ ବସ୍ ୧୩ରେ ମଧ୍ୟ ଦେଖିବାକୁ ମଳିଥିଲା।

ନିକଟରେ ପଞ୍ଜାବୀ ଗାୟକ ଦିଲନୂରଙ୍କୁ ମଧ୍ୟ ଏଭଳି ଏକ ଇମେଲ ଆସିଥିଲା। ଇମେଲରେ ତାଙ୍କୁ ୧୦ କୋଟି ମଗାଯାଇଥିଲା ଏବଂ ଲୋକପ୍ରିୟ ଗାୟକ ବି ପ୍ରାକଙ୍କୁ ଉଲ୍ଲେଖ କରି ଏକ ଧମକପୂର୍ଣ୍ଣ ଫୋନ୍ ଆସିଥିଲା