LIVE TV

୩ ଦିନରେ କ୍ଷୟକ୍ଷତି ଆକଳନ, ରାଜସ୍ୱ ମନ୍ତ୍ରୀ କହିଲେ ବ୍ୟସ୍ତ ନାହିଁ ସମସ୍ତଙ୍କୁ ମିଳିବ ସହାୟତା ରାଶି

NEWS7
jodhpur-woman-dies-of-congo-fever-rajasthan-govt-issues-guidelines

ଭୁବନେଶ୍ୱର ୩୦/୧୦: ୩ ଦିନରେ କ୍ଷୟକ୍ଷତି ଆକଳନ । ଆଜିଠୁ ମୋନ୍ଥା କ୍ଷୟକ୍ଷତି ଆକଳନ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ । ୩ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଧାନ, କପା, ପନିପରିବା ଚାଷ କ୍ଷତି ହୋଇଥିବା ସୂଚନା ଆସିଛି । ଓଡ଼ିଶା ବାତ୍ୟାରୁ ବର୍ତ୍ତିଯାଇଛି, ଆଦୌ ବିଚଳିତ ହୁଅନ୍ତୁ ନାହିଁ ବାତ୍ୟା ପ୍ରଭାବିତ ଅଂଚଳ ବାସୀ ବିଚଳିତ ହୁଅନ୍ତୁ ନାହିଁ । ମନ୍ତ୍ରୀ କହିଛନ୍ତି ଭୁ-ସ୍ଖଳନ ଏବେ ବଡ଼ ସମସ୍ୟା, ଗଜପତି ସବୁଠୁ ସମ୍ବେଦନଶୀଳ । 

ସୂଚନା ଥାଉକି, ଆଜିଠାରୁ ଆରମ୍ଭ ହୋଇଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ । ବିଭିନ୍ନ ଜାଗାରେ ଆଜି ବର୍ଷାର ସମ୍ଭାବନା ଅଛି । ଅମଳ ସମୟ ଥିବାରୁ କପା ଏବଂ ଧାନ ଚାଷର କ୍ଷୟକ୍ଷତି ହୋଇଛି, କିଛି ଜାଗାରେ ଘର ଭାଙ୍ଗିଛି । ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେ ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ ।

ଭୁ-ସ୍ଖଳନ ଗୋଟେ ବଡ଼ ସମସ୍ୟା ହୋଇ ଉଭା ହେଲାଣି । ପାହାଡ଼ ଭଳି ପଥର ଖସିଛି । ପ୍ରାକୃତିକ ବିପର୍ଯୟ ଲାଗି ପଥର ଖସୁଛି । ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଜିଲ୍ଲା ହେଉଛି ଗଜପତି ଜିଲ୍ଲା । ୩୩ ଟି ବ୍ଲକ ଓ ୧୧ଟି ସହରାଞ୍ଚଳ ପ୍ରଭାବିତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।