ନୂଆଦିଲ୍ଲୀ ୩୦/୦୭: ସିନ୍ଧ୍ ନଦୀକୁ ଖସିପଡିଲା ଯବାନଙ୍କୁ ନେଇ ଯାଉଥିବା ବସ୍ । କୁଲ୍ଲନ ଠାରେ ଘଟିଛି ଏହି ଅଘଟଣ । ଜାମ୍ମୁ-କାଶ୍ମୀରର ଗାଣ୍ଡେରଓ୍ୱଲ ଜିଲ୍ଲାର ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ଟି ଖସପଡିଛି । ପ୍ରବଳ ବର୍ଷା କାରଣରୁ ଏଭଳି ଘଟିଥିବା ଜଣେ ଅଧିକାରୀ କହିଛନ୍ତି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯବାନଙ୍କୁ ଉଦ୍ଧାର କରୁଛନ୍ତି ।
#WATCH | Ganderbal, J&K | An ITBP bus was on its way to carry the troops when it slipped into the river. The driver, who sustained minor injuries, is now stable. NDRF, SDRF and the police are rescuing the bus. Fortunately, a major incident was averted as there were no troops in… pic.twitter.com/tNsHJUoON2
— ANI (@ANI) July 30, 2025
ତେବେ ଜଣେ ଅଧିକାରୀ କହିଛନ୍ତି ସମସ୍ତ ଯବାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ସ୍ପଷ୍ଟ କରାଯାଇନାହିଁ କି, ବସ୍ରେ କେତେଜଣ ଯବାନ ଥିଲେ । ସେପଟେ ବସ୍ ଚାଳକ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଯେଉଁ ଭିଡ଼ିଓ ଆସିଛି ସେଥିରେ ଦେଖିବାକୁ ମିଳିଛି ନଦୀ ଭିତରେ ବସଟି ଭାସୁଛି ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । କିଛି ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇପାରିନାହିଁ ।