ଓଡ଼ିଶାରେ ଜିଓର ନୂଆ ଦବଦବା, ଏପ୍ରିଲ ମାସରେ ଯୋଡ଼ିଛି ୧.୮ ଲକ୍ଷରୁ ଅଧିକ ନୂଆ ଗ୍ରାହକ

Published By : Prameya-News7 Bureau | May 29, 2025 IST

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ଜିଓର ଦବଦବା। ଏପ୍ରିଲ ମାସରେ ଯୋଡ଼ିଲା ୧.୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ । ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଏହି ସୂଚନା ମିଳିଛି।

ଏହି ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧.୫୩ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୩୦୦୦୦ ରୁ ଅଧିକ ନୂତନ ଜିଓଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏଥିସହିତ, ଜିଓ ଓଡ଼ିଶାରେ ୪୫.୯ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିବା ସହିତ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୬୧ କୋଟିରେ ପହଞ୍ଚିଛି। 

ଟ୍ରାଇ ତଥ୍ୟ ଅନୁଯାୟୀ ଏପ୍ରିଲ ମାସରେ ଓଡ଼ିଶାରେ ପ୍ରାୟ ୧.୫୫ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡି ହେବା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଏପ୍ରିଲ ଶେଷ ସୁଦ୍ଧା ୩.୫ କୋଟି ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, ଅନ୍ୟ ଅପରେଟରମାନଙ୍କ ମଧ୍ୟରେ ଏପ୍ରିଲ ମାସରେ ଓଡ଼ିଶାରେ ଭୋଡାଫୋନ ଆଇଡ଼ିଆ ମାତ୍ର ୬୬୫୯ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବା ବେଳେ ଏହା ପଛରେ ରହିଥିବା ଏୟାରଟେଲ୍ ମାତ୍ର ୩୮୩୯ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି ଏବଂ ବିଏସଏନଏଲ ଏହି ମାସରେ ରାଜ୍ୟରେ ୮୦୧୧ ମୋବାଇଲ୍ ଗ୍ରାହକ ହରାଇଛି।

ସେହିପରି, ଓଡ଼ିଶାରେ ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଆହୁରି ସୁଦୃଢ଼କରି, ଜିଓ ୨୦୨୫ ଏପ୍ରିଲ ମାସରେ ରାଜ୍ୟରେ ସର୍ବାଧିକ ୩୦୦୦୦ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡିଛି। ତଥ୍ୟ ଅନୁଯାୟୀ, ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓଫାଇବର ଗ୍ରାହକଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଥିବାବେଳେ ଜିଓଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୧.୬୭ ଲକ୍ଷରୁ ଅଧିକ ହୋଇଛି। ଜିଓର ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ରାଜ୍ୟରେ ୮୪ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ସହିତ ୫ଜି ଏଫଡବ୍ଲୁଏ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଛି। ଜିଓ ଓଡ଼ିଶାରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ବଳରେ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରହିଆସିଛି ଏବଂ ଓଡିଶାରେ ଏହାର ସର୍ବାଧିକ ୪୫.୯ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ସହିତ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.