ରେକର୍ଡ ଛୁଇଁଲା ସୁନା ଦର ! ଲକ୍ଷେ ୩୫ ହଜାର ପାର୍

NEWS7
jilla-parisad-nomonation-form-deposited-in-bhadark

ଭୁବନେଶ୍ୱର: ସୁନା ଏବଂ ରୂପା ଦର ରେକର୍ଡ ସ୍ତର ଛୁଇଁଛି। ଲକ୍ଷେ ୩୫ ହଜାର ପାର୍ କଲା ସୁନା। ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୧୪୭୦ ଟଙ୍କା ଏବଂ ୧୩୫୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ଉଭୟ ଯଥାକ୍ରମେ ୧,୩୫,୩୮୦ ଟଙ୍କା ଏବଂ ୧,୨୪, ୧୦୦ ଟଙ୍କା ହୋଇଛି।

ଅନ୍ୟପକ୍ଷରେ ରୁପା କେଜି ଏ ବର୍ଷ ୫୭ ହଜାର ମହଙ୍ଗା ହୋଇଛି। ରୁପା ଦର ୫ ହଜାର ଟଙ୍କା ବଢ଼ି ୨ ଲକ୍ଷ ୧୫ ହଜାର ଟଙ୍କା ହୋଇଛି। ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି। ରୁଷ- ୟୁକ୍ରେକ ଯୁଦ୍ଧ ଏବଂ ବିଶ୍ଵବ୍ୟାପୀ ଅଶାନ୍ତି ମଧ୍ୟରେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ଭାବୁଛନ୍ତି। ଏହା ଫଳରେ ଧାତୁର ଚାହିଦା ବୃଦ୍ଧି ପାଉଥିବାରୁ ଦରବୃଦ୍ଧିର ପ୍ରମୁଖ କାରଣ ହୋଇଛି।

ସେହିଭଳି ଚୀନ୍ ଭଳି ଦେଶ ନିଜ ରିଜର୍ଭ ବ୍ୟାଙ୍କରେ ସୁନା ଭରିଚାଲିଛି। ଏହା ଗୋଟିଏ ବର୍ଷରେ ପ୍ରାୟ ୯୦୦ ଟନ ଅଧିକ ସୁନା କିଣୁଛି, ଯାହାକି ସୁନା ଦରକୁ ଉପରମୁହାଁ କରୁଛି। ବିବାହ ଋତୁ ଆରମ୍ଭ ହେବା ଦ୍ବାରା ସୁନା ଚାହିଦା ବୃଦ୍ଧି ପାଇଛି ।