ନବମ ଶ୍ରେଣୀ ଛାତ୍ରୀଙ୍କୁ ଧର୍ଷଣ ଅଭିଯୋଗ, ବନ୍ଧା ହେଲେ ସାହିତ୍ୟ ଗୁରୁ

NEWS7
jilla-parisad-nomonation-form-deposited-in-bhadark

ଲହୁଣୀପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ହଳଦୀକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉକ୍ତ ବିଦ୍ୟାଳୟରେ ଅଧୟନରତ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ସାହିତ୍ୟ ଗୁରୁ ଧର୍ଷଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଲହୁଣୀପଡ଼ା ପୋଲିସ ସାହିତ୍ୟ ଗୁରୁ ତାପସ କୁମାର ବଢ଼େଇ କୁ ଗିରଫ କରିଥିବା ଜଣା ପଡିଛି।

ଅଭିଯୋଗ ମୁତାବକ ହଳଦୀକୁଦର ପଞ୍ଚାୟତ ଭଳି ଆଦିବାସୀ ପୂର୍ଣ୍ଣ ଦୁର୍ଗମ ଅଞ୍ଚଳର ଏକ ଆଦିବାସୀ ଝିଅ ହଳଦୀକୁଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ପାଠ ପଢ଼ୁଥିଲେ। ବିଦ୍ୟାଳୟ କାମରେ ଆଧାର ବର୍ତ୍ତମାନ ଦରକାର ପଡୁଥିବା ବେଳେ ଉକ୍ତ ନାବାଳିକାଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ଥିଲା ଏବଂ ସୁଧାର ବାହାନାରେ ସାହିତ୍ୟ ଗୁରୁ ନାବାଳିକାଙ୍କୁ ବାଇକରେ ବସାଇ ବଣାଇଁ ଆଣୁଥିଲେ। ଫେରିବା ବେଳେ ସୁଅରପାଲି ଗ୍ରାମରେ ଥିବା ବସାକୁ ନେଇ ଧର୍ଷଣ କରୁଥିଲେ।

ଆଧାର ସୁଧାର ବାହାନାରେ ଏପରି ଚାରି ଚାରି ଥର ଧର୍ଷଣ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ବିଦ୍ୟାଳୟ ଉପର ମହଲରେ ଥିବା ପାଠାଗାର ପ୍ରୋକଷ୍ଠକୁ ମଧ୍ୟ ଅନ୍ୟ ନାବାଳିକା ଛାତ୍ରୀଙ୍କୁ ଡାକି ଧର୍ଷଣ ଉପକ୍ରମ କରାଯାଇଥିବା ବିଦ୍ୟାଳୟ ମହଲରେ ଚର୍ଚ୍ଚା ଚାଲିଛି। ବିଦ୍ୟାଳୟରେ ଏପରି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।