ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲା, ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କଲେ ଟଙ୍କଧର ତ୍ରିପାଠୀ

Published By : Prameya-News7 Bureau | January 13, 2025 IST

କଟକ: ହାଇକୋର୍ଟରେ ବିଚାରାଧୀନ ରହିଛି ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲା। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୁଦ୍ଧରେ ନିର୍ବାଚନୀ ମାମଲା ଦାୟର କରିଛନ୍ତି ପରାଜିତ ପ୍ରାର୍ଥୀ ଦୀପାଳି ଦାସ। ଆଉ ଏହି ମାମଲାର ଣୁଣାଣିକ୍ରମେ ସୋମବାର ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ସରିଛି । ସେ ଦୀପାଳି କରିଥିବା ନିର୍ବାଚନୀ ମାମଲାକୁ ଖାରଜ ପାଇଁ ଆବେଦନ କରିଛନ୍ତି। ଏହା ପୂର୍ବରୁ କୋର୍ଟ ଗତ ବର୍ଷ ନଭେମ୍ବର ମାସର ଏହି ମାମଲାରେ ଶୁଣାଣି କରି ଟଙ୍କଧରଙ୍କୁ ନିଜ ପକ୍ଷ ଉପସ୍ଥାପନ ପାଇଁ ଶେଷ ସୁଯୋଗ ଦେଇଥିଲେ। ତାଙ୍କୁ ତେବେ ସୋମାବାର ଟଙ୍କଧର ଯୁକ୍ତି ଉପସ୍ଥାପନ କରିଥିଲେବି, ମାମଲାର ଆଗାମୀ ଶୁଣାଣି ୧୭ ତାରିଖରେ ହେବ।

ସୂଚନଥାଉକି, ୨୦୨୪ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ଆସନରୁ ପରାଜିତ ଦୀପାଳି ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଝାରସୁଗୁଡ଼ା ନିର୍ବାଚନୀ ଫଳାଫଳକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ଏହା ସହ ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରିବାକୁ ଏହି ଦାବିରେ ଯୁକ୍ତି ରଖିଥିଲେ। ଏମିତିକି ସେ ଅଭିଯୋଗ ଆଣିଥିଲେ ଯେ, ବିଧାୟକ ଟଙ୍କଧର ତ୍ରିପାଠୀ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି। 

ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଟଙ୍କଧରଙ୍କୁ ୯୧ ହଜାର ୧୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଦୀପାଳିଙ୍କୁ ୮୯ ହଜାର ୭୭୨ ଭୋଟ୍ ମିଳିଥିଲା। ଏହିପରି ଟଙ୍କଧର ମାତ୍ର ୧୩୩୩ ଖଣ୍ଡରେ ଦୀପାଳିଙ୍କୁ ପରାସ୍ତ କରିଥିଲେ। ଏହା ପରେ ଦୀପାଳି ଝାରସୁଗୁଡ଼ାରେ ୧୩ଟି ବୁଥର ଇଭିଏମ ଓ ଭିଭିପାଟ୍‌ର ଯାଞ୍ଚ କରିବା ପାଇଁ ଇସିଆଇଙ୍କ ନିକଟରେ ଆବେଦନ କରିବା ସହ ପରେ ଫଳାଫଳକୁ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଦିବଗନ୍ତ ନବ ଦାସଙ୍କ ଝିଅ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.