ବାଲିଯାତ୍ରା ୨୦୨୫
LIVE TV

Booker Prize 2025: ‘ଫ୍ଲାଶ’ ପାଇଁ ସମ୍ମାନିତ ହେଲେ ହଙ୍ଗେରୀ- ବ୍ରିଟିଶ ଲେଖକ ଡେଭିଡ୍, ଦ୍ବିତୀୟ ସ୍ଥାନରେ ଭାରତୀୟ ବଂଶୋଦ୍ଭବ

NEWS7
jharpada-jail-administration-to-apply-guideline

ନୂଆଦିଲ୍ଲୀ: ବୁକର ପ୍ରାଇଜ ୨୦୨୫ରେ ସମ୍ମାନିତ ହେଲେ ହଙ୍ଗେରୀ- ବ୍ରିଟିଶ ଲେଖକ ଡେଭିଡ ସ୍ଜେଲେ। ସୋମବାର ଲଣ୍ଡନରେ ଆୟୋଜିତ ସମାରୋହରେ ତାଙ୍କୁ ସମ୍ମାନିତ କରାଯାଇଛି। ଡେଭିଡଙ୍କୁ ତାଙ୍କ ଉପନ୍ୟାସ ‘ଫ୍ଲାଶ’ ପାଇଁ ବୁକର ପ୍ରାଇଜ ୨୦୨୫ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବାଦକୁ ତାଙ୍କୁ ୫୦ ହଜାର ପାଉଣ୍ଡ ଅର୍ଥ ରାଶି ଏବଂ ଟ୍ରଫି ଦିଆଯାଇଛି।

୫୧ ବର୍ଷୀୟ ଡେଭିଡଙ୍କ ଉପନ୍ୟାସ ‘ଫ୍ଲାଶ’ରେ ଜଣେ ଏଭଳି ବ୍ୟକ୍ତିଙ୍କ କାହାଣୀ ରହିଛି, ଯିଏ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି। ହେଲେ ଏହି ସମୟରେ ତାଙ୍କ ଜୀବନରେ କିଛି ଅପ୍ରତ୍ୟାଶିତ ଘଟଣା ଘଟୁଛି, ଯାହା ତାଙ୍କ ଦୁନିଆ ବଦଳାଇଦେଉଛି। କାହାଣୀକୁ ବୁଝିବା ପରେ ବିଚାରକ ଏହି ପୁସ୍ତକକୁ ‘ସରଳ କିନ୍ତୁ ଗଭୀରତା ପୂର୍ଣ୍ଣ, ରୋମାଞ୍ଚକର ଏବଂ ଭାବନାତ୍ମକ’’ ବୋଲି କହିଛନ୍ତି।

ସେହିଭଳି, ଭାରତୀୟ ବଂଶୋଦ୍ଭବ ଲେଖିକା କିରଣ ଦେସାଈ ନିଜ ପୁସ୍ତକ ‘ସୋନିଆ ଏବଂ ସନୀ କା ଅକେଲାପନ’ ପାଇଁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ସେ ୨୦୦୬ରେ ‘ନୁକସାନ କି ବିରାସତ’ ପାଇଁ ଏହି ପୁରସ୍କାର ଜିତିଥିଲେ। ‘ସୋନିଆ ଔର ସନୀ କା ଅକେଲାପନ’ରେ ଲେଖିକା, ଭାରତ ଏବଂ ଆମେରିକାର ପୃଷ୍ଠଭୂମିରେ ଦୁଇ ଭାରତୀୟ ସୋନିଆ ଏବଂ ସନିଙ୍କ ଜୀବନ ଓ ପ୍ରେମକୁ ଦେଖାଇଛନ୍ତି। ବିଚାରକମାନେ ଏହାକୁ ପ୍ରେମ, ପରିବାର, ପରମ୍ପରା ଏବଂ ଆଧୁନିକାତର ଅଦ୍ଭୁତ ସଂଗମ ବୋଲି କହିଛନ୍ତି।

ସୂଚନାଥାଉକି, ଚଳିତ ବର୍ଷ ବୁକର ପ୍ରାଇଜ ତାଲିକାରେ ନାମ ମଧ୍ୟରେ ସୁଜାନ ଚୋଈଙ୍କ ‘ଫ୍ଲାସଲାଇଟ’, କେଟି କିତାମୂରାଙ୍କ ‘ଅଡିସନ’, ବେନ ମାର୍କୋଭିଟସଙ୍କ ‘ଦ ରେଷ୍ଟ ଅଫ୍ ଅଭର ଲାଇଭ୍ସ’ ଏବଂ ଆଣ୍ଡ୍ରୁ ମିଲରଙ୍କ ‘ଦ ଲ୍ୟାଣ୍ଡ ଇନ ଓ୍ବିଣ୍ଟର’ ସାମିଲ ଥିଲା। ସମସ୍ତ ଫାଇନାଲିଷ୍ଟ ଲେଖକଙ୍କୁ ୨୫୦୦ ପାଉଣ୍ଡ ଏବଂ ତାଙ୍କର ପୁସ୍ତକର ବିଶେଷ ସଂସ୍କରଣ ଦିଆଯିବ। ବିଚାରକ କହିଛନ୍ତି ଏବର୍ଷର ସବୁ ୬ଟି ପୁସ୍ତକ ‘ ମନୁଷ୍ୟର ଭାବନା, ସମ୍ପର୍କ ଏବଂ ସମାଜର ଜଟିଳତାକୁ ଭିନ୍ନ ଭିନ୍ନ ଢଙ୍ଗରେ ଉପସ୍ଥାପନ କରୁଛନ୍ତି। ସବୁ ଲେଖକ ନିଜ କାହାଣୀକୁ ସଂପୂର୍ଣ୍ଣ ମୌଳିକତା ଏବଂ ସୁନ୍ଦରତା ସହ ଲେଖିଛନ୍ତି।’’