ରାଞ୍ଚି: ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା । ବକାରୋ-ରାମଗଡ଼ ନ୍ୟାସନାଲ ହାଇଓ୍ବେରେ ଏହି ଦୁର୍ଘଟଣା ହୋଇଛି । ଗୋଟିଏ ଟ୍ରାକ୍ଟର ଏବଂ ଟ୍ରେଲରକୁ ଏକ ବୋଲେରୋ ପଛପଟୁ ଧକ୍କା ଦେବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ବକାରୋ ଜିଲ୍ଲାର ଦାନ୍ତୁ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । ଜାତୀୟ ରାଜପଥରେ ପ୍ରଥମେ ଟ୍ରାକ୍ଟର ଏବଂ ଟ୍ରେଲର ମଧ୍ୟରେ ଧକ୍କା ହୋଇଥିଲା । ଏହାର କିଛି ସମୟ ପରେ ଉଭୟ ଗାଡ଼ିକୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଧକ୍କା ଦେଇଥିଲା । ଫଳରେ ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ରେସକ୍ୟୁ କରି ଜରିଡିହୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଦୁର୍ଘଟଣାର ତଦନ୍ତ କରୁଛି ପୋଲିସ ।...