LIVE TV

ଗାଜା ପରେ ଏବେ ଏହି ମୁସଲିମ ଦେଶ ଉପରେ ଇସ୍ରାଏଲର ନଜର , ଭୟଙ୍କର ଆକ୍ରମଣ କରିବାକୁ ଧମକ

NEWS7
jharkhand-elephant-in-balasore-nilgiri-area

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ପରେ ମଧ୍ୟ ଇସ୍ରାଏଲ ଅନେକ ଥର ହମାସର ଆଡ୍ଡା ଉପରେ ଆକ୍ରମଣ କରି ସାରିଛି। ଅନ୍ୟପଟେ ଏବେ ତାର ନଜର ଲେବାନନ ଉପରେ ରହିଛି। ଲେବାନନ ଓ ଇସ୍ରାଏଲ ମଧ୍ୟରେ ହିଜବୁଲ୍ଲାହ କାରଣରୁ ପୂର୍ବରୁ ହିଁ ଉତ୍ତେଜନା ଜାରି ରହିଛି। ସେପଟେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି , ଯଦି ହିଜବୁଲ୍ଲାହ ଅସ୍ତ୍ରଶସ୍ତ୍ର ନଛାଡ଼େ ତ ଦକ୍ଷିଣ ଲେବାନନରେ ଦ୍ରୁତ ଆକ୍ରମଣ କରାଯିବ। ଏହା ପୂର୍ବରୁ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ, ଇସ୍ରାଏଲର ଆକ୍ରଣରେ ଚାରି ଜଣ ଲୋକଙ୍କ ମୃତ୍ୟୁ ହୋଇଛି।

ଇସ୍ରାଏଲ କହିଛି , ହିଜବୁଲ୍ଲାହ ନିଆଁରେ ଖେଳୁଛି ଏବଂ ଲେବାନନର ରାଷ୍ଟ୍ରପତି ନିଜର ପାଦ ପଛକୁ ପକାଇବାରେ ଲାଗିଛନ୍ତି। କୌଣସି ମୂଲ୍ୟରେ ଲେବାନନକୁ ହିଜବୁଲ୍ଲାହର ଅସ୍ତ୍ରଶସ୍ତ୍ରକୁ  ଛାଡ଼ିବାକୁ ହେବ, ନୁହେଁତ ଆମେ ଉତ୍ତର ଇସ୍ରାଏଲର ସୁରକ୍ଷା ପାଇଁ ଭୟଙ୍କର ଆକ୍ରମଣ କରିବୁ।

ଏହା ପୂର୍ବରୁ ଶନିବାର ରାତିରେ ଇସ୍ରାଏଲ ବିମାନ ଆକ୍ରମଣ କରିଥିଲା , ଯେଉଁଥିରେ ଗାଁର ପୂର୍ବୀୟ ବାହାର ଅଞ୍ଚଳରେ ଦୋହା-କଫର ରୁମାନେ ରୋଡ୍‌ରେ ଏକ ନିର୍ଦ୍ଦେଶିତ ମିସାଇଲରୁ ଚାରି ଚକିଆ ଯାନକୁ ଟାର୍ଗେଟ୍‌ କରାଗଲା। ଏନଏନଏ କହିଛି ଆମ୍ୱୁଲାନ୍ସ ଟିମ୍‌ ଗୁଡ଼ିକ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏକ ସୁରକ୍ଷା ସୂତ୍ର ସିନହୁଆଙ୍କୁ କହିଛି ଯେ, ଚାରି ମୃତକ ହିଜବୁଲ୍ଲାହର ସଦସ୍ୟ ଥିଲେ , ହେଲେ ସେ ଆଉ କୌଣସି ବିସ୍ତୃତ ତଥ୍ୟ ଦେଇ ନାହାନ୍ତି।

ଉଲ୍ଲେଖନୀୟ ଯେ, ୨୭ ନଭେମ୍ୱର , ୨୦୨୪ରୁ ହିଜବୁଲ୍ଲାହ ଓ ଇସ୍ରାଏଲ ମଧ୍ୟରେ ଆମେରିକା ଓ ଫ୍ରାନ୍ସ ଦ୍ୱାରା ମଧ୍ୟସ୍ଥତା କରାଯାଇଛି , ଯୁଦ୍ଧବିରାମ ଚୁକ୍ତି ସମାପ୍ତ ହୋଇ ଯାଇଛି, ଯେଉଁଥିରେ ଗାଜା ପଟ୍ଟିରେ ଯୁଦ୍ଧ ପରେ ମାସ ମାସରୁ ଚାଲୁଥିବା ସୀମା ପାର ବିବାଦ ସମାପ୍ତ ହୋଇ ଯାଇଛି। ଚୁକ୍ତି ସତ୍ତ୍ୱେ , ଇସ୍ରାଏଲୀୟ ସେନା କେବେ କେବେ ଲେବାନନ ଉପରେ ଆକ୍ରମଣ କରିଥାଏ , କାରଣ ତାଙ୍କର କହିବାନୁସାରେ , ସେ ହିଜହୁଲ୍ଲାହର ବିପଦକୁ ଟାର୍ଗେଟ୍‌ କରୁଛନ୍ତି ଏବଂ ସେ ଲେବାନନ ସୀମାରେ ୫ଟି ମୁଖ୍ୟ ଆଡ୍ଡା ଉପରେ ସେନାର ମୁତୟନ ହୋଇଛି।

ଯେଉଁପରି ଇସ୍ରାଏଲ ସିଜଫାୟର ପରେ ମଧ୍ୟ ଲେବାନନରେ ଆକ୍ରମଣ କରୁଛି , ସେହି ମଡେଲ ସେ ଗାଜାରେ ମଧ୍ୟ ଲାଗୁ କରିବାକୁ ଚାହୁଁଛି। ଗାଜାରେ ମଧ୍ୟ ଯୁଦ୍ଧବିରାମ ପରେ ମଧ୍ୟ ଇସ୍ରାଏଲୀୟ ହମଲାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି।