LIVE TV

ସଂଘର ସ୍ୱୟଂସେବକଙ୍କୁ ହେପାଜତକୁ ନେଲା ତାମିଲନାଡ଼ୁ ପୋଲିସ, ସରକାରୀ ସ୍କୁଲରେ ଶାଖା ଲଗାଇବା ଅଭିଯୋଗ; ବିଜେପିର ବିରୋଧ

NEWS7
jeep-truck-accident-5-labour-died-12-injured

ଚେନ୍ନାଇ: ସରକାରୀ ସ୍କୁଲରେ ଶାଖା ଲଗାଇବା ଅଭିଯୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅନେକ ସ୍ୱୟଂସେବକଙ୍କୁ ହେପାଜତକୁ ନେଇ ତାମିଲନାଡୁ ପୋଲିସ । ଏଭଳି ପଦକ୍ଷେପ ପାଇଁ ରାଜ୍ୟର ଡିଏମସି ସରକାର ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ତମିଲିସାଇ ସୁନ୍ଦରରାଜନ । ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଅସାମାଜିକ ଗତିବିଧି ଉପରେ ଆଖି ବନ୍ଦ କରି ରଖନ୍ତି, କିନ୍ତୁ ଆରଏସଏସ କାର୍ଯ୍ୟକର୍ତ୍ତା ଯେତେବେଳେ ଶାନ୍ତିରେ ନିଜ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ସେତେବେଳେ ସେମାନଙ୍କୁ ହେପାଜତକୁ ନିଆଯାଇଛି ।

ରିପୋର୍ଟ ଅନୁସାରେ ସ୍ଥାନୀୟ ସରକାରୀ ସ୍କୁଲର ପ୍ରିନ୍ସିପାଲଙ୍କ ଅଭିଯୋଗ ଆଧାରରେ ସ୍ୱୟଂସେବକଙ୍କୁ ହେପାଜତକୁ ନିଆଯାଇଛି ।  ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରିନ୍ସିପାଲ୍ ଏକ ଲିଖିତ ଅଭିଯୋଗ କରିଥିଲେ, ଯେଉଁଥିରେ ସଂଘର କାର୍ଯ୍ୟକର୍ତ୍ତା ବିନା ଅନୁମତିରେ ସ୍କୁଲ ପରିସରରେ ଶାଖା ଲଗାଉଥିବା କହିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ପ୍ରାୟ ୫୦ ଆରଏସଏସ୍ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛି ।

ଏହି ଘଟଣାରେ ଅସନ୍ତୋଷ ପୂର୍ବତନ ରାଜ୍ୟପାଳ କହିଛନ୍ତି, "କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନିଆଯିବା ଘଟଣାକୁ ମୁଁ କଡ଼ା ସମାଲୋଚନା କରୁଛି । ଏହା ଡିଏମକେ ସରକାର ମାନସିକତା ଅଟେ । ସେ ବିଚ୍ଛିନ୍ନତାବାଦୀ ଗତିବିଧିକୁ ପ୍ରୋତ୍ସାହିତ କରୁଛି । କାର୍ଯ୍ୟକର୍ତ୍ତାଙ୍କୁ ମୁକ୍ତ କରାଯିବା ଦରକାର...କାରଣ ଏହା ଶୁଭ ଦିନ ।"

ଉଲ୍ଲେଖଯୋଗ୍ୟ ଯେ ତାମିଲନାଡ଼ୁରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ । ଏପରି ସ୍ଥିତିରେ ତାମିଲନାଡ଼ୁର ରାଜନୀତି ସରଗରମ ହୋଇଛି । ବିଜେପି ଓ ଏଆଇଡିଏମକେ ମେଣ୍ଟ ଆଗାମୀ ନିର୍ବାଚନରେ ଡିଏମକେ ଓ କଂଗ୍ରେସ ମେଣ୍ଟ ସହ ସିଧା ଲଢେଇ କରିବ ।