ପ୍ରକାଶ ପାଇଲା JEE ଆଡ଼ଭାନ୍ସ ରେଜଲ୍ଟ: ରଜିତ ଗୁପ୍ତା ଅଲ୍‌ ଇଣ୍ଡିଆ ଟପ୍ପର

Published By : Prameya-News7 Bureau | June 02, 2025 IST

News7

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି JEE ଆଡ଼ଭାନ୍ସ ପରୀକ୍ଷା ଫଳ। ମେ ୧୮ରେ ହୋଇଥିଲା ପରୀକ୍ଷା। ଆଇଆଇଟି କାନପୁର ପରୀକ୍ଷା ଫଳ ପ୍ରକାଶ କରିଛି। ରଜିତ ଗୁପ୍ତା ଆଇଆଇଟି ଦିଲୀ ଜୋନର ଅଲ୍‌ ଇଣ୍ଡିଆ ଟପ୍ପର ହୋଇଛନ୍ତି। ଦେଇଥିବା ପ୍ରାର୍ଥୀମାନେ JEE ଆଡଭାନ୍ସଡ୍‌ର ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ। JEE ଆଡଭାନ୍ସଡ୍ 2025 ଫଳାଫଳ ବ୍ୟତୀତ JEE ଆଡଭାନ୍ସଡ୍ ୨୦୨୫ର ଚୂଡ଼ାନ୍ତ ଉତ୍ତର ମଧ୍ୟ ପ୍ରକାଶ ପାଇଛି।

ଯେଉଁ ଛାତ୍ରଛାତ୍ରୀ ମାନେ jee ଆଡ଼ଭାନ୍ସ ପାଇଛନ୍ତି, ସେମାନେ ଆଇଆଇଟିରେ ଆଡ଼ମିଶନ ନେବେ। ଯେଉଁମାନେ କେବଳ JEE ମେନ ଦେଇ ଭଲ ରାଙ୍କ ପାଇଛନ୍ତି ସେମାନେ NIT ଓ IITରେ ଆଡ଼ମିଶନ ନେଇପାରିବେ।  

JEE ଆଡଭାନ୍ସଡ୍ 2025 ସ୍କୋର ଯାଞ୍ଚ କରିବା ପାଇଁ, jeeadv.ac.in କୁ ଯାଆନ୍ତୁ ଏବଂ ହୋମପେଜରେ ଥିବା ରେଜଲ୍ଟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ଲଗଇନ୍ ବିବରଣୀ ପ୍ରବେଶ କରନ୍ତୁ। ଯାହା ପରେ ଆପଣ ଆପଣଙ୍କର ରେଜଲ୍ଟ ଦେଖିପାରିବେ। ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ।

ଯୋଗ୍ୟ ପ୍ରାର୍ଥୀମାନେ ଏବେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT), ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜି (IIIT) ଏବଂ ଅନ୍ୟାନ୍ୟ ସରକାରୀ ଟେକ୍ନିକାଲ୍ ଇନଷ୍ଟିଚ୍ୟୁଟ୍ (GFTI) କାଉନସେଲିଂ ପ୍ରକ୍ରିୟା ସହିତ ଆଗକୁ ବଢ଼ିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.