ହାର୍ଦ୍ଦିକ ଏବଂ ମାହେକାଙ୍କୁ ଘେରି ଗଲେ ଫ୍ୟାନ୍ସ, ଫଟୋ ନ ଉଠାଇବାରୁ କହିଲେ ଅପଶବ୍ଦ : ଦେଖନ୍ତୁ ଭିଡିଓ

NEWS7
jdu-sacks-leader-for-no-support-to-bjp-in-manipur-letter

ମୁମ୍ବାଇ, ୨୬/୧୨: ଫଟୋ ଉଠାଇବାକୁ ରାଜି ହେଲେନି ହାର୍ଦ୍ଦିକ ପାଣ୍ଡ୍ୟା । ରାଗିଗଲେ ଫ୍ୟାନ୍ସ । ଗାଳି କରିବା ସହ ଆପତ୍ତିଜନକ କଥା କହିଲେ । ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଫ୍ୟାନ୍ସ ହାର୍ଦ୍ଦିକଙ୍କୁ ଅଶୋଭନୀୟ ଟିପ୍ପଣୀ କରୁଛନ୍ତି ।

ରିପୋର୍ଟ ଅନୁସାରେ, ଖ୍ରୀଷ୍ଟମାସ ସନ୍ଧ୍ୟାରେ ପାଣ୍ଡ୍ୟା ତାଙ୍କ ବାନ୍ଧବୀ ମାହେକା ଶର୍ମାଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ଉଭୟ ଡିନର କରି ଫେରିବା ବେଳେ କିଛି ଫ୍ୟାନ୍ସ ଘେରି ଯାଇଥିଲେ । ହାର୍ଦ୍ଦିକଙ୍କୁ ଫଟୋ ଉଠାଇବାକୁ କହିଥିଲେ । ପ୍ରଥମେ ସେ ମାହେକାଙ୍କୁ କାର୍ ଭିତରେ ଛାଡିଦେଇ ନିଜେ ବାହାରେ କିଛି ସମୟ ଠିଆ ହୋଇରହିଥିଲେ । ପାଣ୍ଡ୍ୟା ମଧ୍ୟ କିଛି ଜଣଙ୍କ ସହ ଫଟୋ ଉଠାଇଥିଲେ । ଏହାପରେ ସେ ବହୁତ ଫଟୋ ଉଠିଗଲା କହି ଚାଲି ଯାଇଥିଲେ ।

ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ହିନ୍ଦୀରେ ଗାଳି କରିଥିଲେ । ନର୍କକୁ ଯାଅ କହିବା ସହ ଆହୁରି ମଧ୍ୟ ଆପତ୍ତିଜନକ ଟିପ୍ପଣୀ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ପାଣ୍ଡ୍ୟା ଏହା ଶୁଣିଥିଲେ ମଧ୍ୟ କିଛି କହିନଥିଲେ । ଏ ସମସ୍ତ ଘଟଣା ମୋବାଇଲରେ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏପରି ଆଚରଣ ପାଇଁ ରାଗିବା ସହ ସମାଲୋଚନା କରିଛନ୍ତି । ଜଣେ କ୍ରିକେଟ୍ ଷ୍ଟାରଙ୍କୁ ଏପରି କହିବା ଠିକ୍ ନୁହେଁ ବୋଲି ସେମାନେ ମତ ଦେଉଛନ୍ତି ।

 

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ପାଣ୍ଡ୍ୟା ଭାରତୀୟ ଟିମରେ ସାମିଲ ଥିଲେ । ସିରିଜକୁ ଭାରତ ୩-୧ରେ ଜିତି ନେଇଛି । ସିରିଜର ଶେଷ ମୁକାବିଲାରେ ତାଙ୍କ ବ୍ୟାଟରୁ ବିସ୍ଫୋରକ ଅର୍ଧଶତକ ବାହାରିଥିଲା । ୨୫ ବଲରୁ ସେ ୬୩ ରନ୍ କରିଥିଲେ । ୨୫୨ ଷ୍ଟ୍ରାଇକ୍ ରେଟରେ ତାଙ୍କ ବ୍ୟାଟ୍ ଚାଲିଥିଲା ।