ଅଷ୍ଟ୍ରେଲିଆ ଓପନ ୨୦୨୬ ଜିତି ଇତିହାସ ରଚିଲେ ଅଲକାରାଜ, ଜୋକୋଭିକଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଜିତିବା ସ୍ଵପ୍ନ ଚୂରମାର

NEWS7
jd vance will stay at jaipurs 190 year old royal palace

ନୂଆଦିଲ୍ଲୀ: ସ୍ପେନର ଟେନିସ୍ ତାରକା କାର୍ଲୋସ ଅଲକାରାଜ ରବିବାର ମେଲବର୍ଣ୍ଣରେ ବଡ଼ କାରନାମା କରିଛନ୍ତି। ସେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ୨୦୨୬ ନିଜ ନାମରେ କରିଛନ୍ତି। ୨୨ ବର୍ଷୀୟ ଅଲକାରାଜ ପୁରୁଷ ଏକ ଫାଇନାଲରେ ମହାନ ଖେଳାଳି ନୋଭାକ ଜୋକୋଭିକଙ୍କୁ ୨-୬, ୬-୨, ୭-୫ ସେଟରେ ହରାଇଛନ୍ତି। ଅଲକାରାଜଙ୍କ ଏହା ସପ୍ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ୍। ସେ ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଛନ୍ତି। ଅନ୍ୟପଟେ ତାରକା ନୋଭାକ ଜୋକୋଭିକଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିବାର ସ୍ଵପ୍ନ ଚୂରମାର ହୋଇଛି।

ସ୍ପେନର ଏହି ଖେଳାଳି ଗ୍ରାଣ୍ଡସ୍ଲାମର ସବୁ ଟାଇଟଲ୍ ଜିତିବାରେ ବିଶ୍ଵର ସର୍ବକନିଷ୍ଠ ଖେଳାଳି ହେବାର ଉପଲବ୍ଧି ହାସଲ କରିଛନ୍ତି। ଏହା ପୂର୍ବରୁ ସେ ସେ ଦୁଇ ଥର ୟୁଏସ ଓପନ, ଦୁଇ ଥର ଫ୍ରେଞ୍ଚ ଓପନ ଓ ଦୁଇ ଥର ଓ୍ଵିମ୍ବଲଣ୍ଡନ ଜିତିଥିଲେ। ବିଶ୍ଵର ଏକ ନମ୍ବର ଟେନିସ୍ ଖେଳାଳି ଅଲକାରାଜ ପାଞ୍ଚ ସେଟର ରୋମାଞ୍ଚକର ସେମି ଫାଇନାଲରେ ଆଲେକଜାଣ୍ଡାର ଜ୍ଵେରେଭଙ୍କୁ ହରାଇ ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପହଞ୍ଚିଥିଲେ।

​​​​​​​Updating...