ସବ୍ୟର୍ଚ୍ଚିତାଙ୍କ ଘରେ ଖୁସିର ଲହରି, ପୁତ୍ର ସନ୍ତାନର ହେଲେ ବାପା- ମାଆ

NEWS7
jd vance will stay at jaipurs 190 year old royal palace

ଭୁବନେଶ୍ବର: ମାଆ ହେଲେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା । ବୁଧବାର ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ପୁଅ ହେବାର ଖୁସି ଖବର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସବ୍ୟସାଚୀ। ସେପଟେ ଏହି ଖବର ଜାଣିବା ପରେ ଓଲିଉଡ ସହ ସବ୍ୟର୍ଚ୍ଚିତାଙ୍କ ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୋସିଆଲ ମିଡିଆରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। କଳାକାର ଏବଂ ଶୁଭେଚ୍ଛୁମାନେ ନବଜାତ ଶିଶୁ ଓ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ତେବେ ପୁଅ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ସବ୍ୟସାଚୀ ଲେଖିଛନ୍ତି, ‘‘କାଳିଆ ଆସିଲା।’’ ଏହା ସହ ସେ ତାଙ୍କ କୁନି ପୁଅକୁ ଆଶୀର୍ବାଦ କରିବାକୁ ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି। ସୂଚନାଥାଉକି, ଏହା ପୂର୍ବରୁ ଦମ୍ପତ୍ତି ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଅର୍ଚ୍ଚିତା ମାଆ ହେବାକୁ ଯାଉଥିବା କହିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତିଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ଓଲିଉଡରେ ନିଜର ଅଭିନୟ ଏବଂ ସମାଜସେବା ପାଇଁ ସବ୍ୟସାଚୀ ଓ ଅର୍ଚ୍ଚିତା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ବାପା-ମାଆ ହେବା ପରେ ଉଭୟଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।