ଭୁବନେଶ୍ବର ୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବଡ଼ ବୟାନ । ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡର CBI ତଦନ୍ତ ନେଇ ପରିବାର ଲୋକ ଲେଖିକି ଦେଲେ ମୁଁ ସରକାରଙ୍କ ପାଖରେ ଅନୁରୋଧ କରିବି ଏବଂ ସରକାର ସ୍ୱୀକାର କରିବେ
। ମୁଁ ଆଗରୁ ଦାବି କରିଛି CBI ତଦନ୍ତ ପାଇଁ । ବହୁ ମୁଣ୍ଡ ଏଥିରେ ସମ୍ପୃକ୍ତ ତେଣୁ ରାଜ୍ୟ ସରକାରଙ୍କ ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ । ପୁନଃ ତଦନ୍ତର ସ୍କୋପ୍ ନାହିଁ । ରାଜ୍ୟ ସରକାର ଯାହା ପାରିବ ନାହିଁ ସେଇଟା କେନ୍ଦ୍ର ସରକାର କରିବ । ମୁଁ ଆଇନଜ୍ଞ ନୁହେଁ ଯାହା ମୋତେ ଆଡ଼ଭୋକେଟ୍ ଜେନେରାଲ କହିଲେ ସେଇଟା ଆଇନ ବୋଲି ଭାବିବା । ତାଙ୍କ ପରିବାର ଅସନ୍ତୁଷ୍ଟତା ଜାହିର କରିନାହାନ୍ତି । ସ୍ବମୋଟୋ ତଦନ୍ତ କେମିତି ହେବ । ପ୍ରାଥମିକ ତଦନ୍ତକାରୀ ସଂସ୍ଥାର ରିପୋର୍ଟ କୋର୍ଟକୁ ଆସିସାରିଲାଣି । ତାପରେ ଯଦି ପରିବର୍ତ୍ତନ କରିବାର ଅଛି ଲେଖିକି ଦେବେ । ସରକାର ସ୍ଵମୋଟୋ ତଦନ୍ତ କରିପାରିବ କି ନାହିଁ ମୁଁ ବିଚାର କରୁଛି । ଯଦି କରିପାରିବେ କରିବା ବୋଲି ଜୟ ନାରାୟଣ କହିଛନ୍ତି ।
You Can Read:
ଫେବୃଆରୀ ୨ ତାରିଖରେ ହିଁ ସରସ୍ୱତୀ ପୂଜା, ଦ୍ଵନ୍ଦ୍ବ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ