ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ୱ: ଦେଓରଞ୍ଜନ ସିଂହ ଉନ୍ନୟନ କମିଶନର, ରାଜେଶ ପ୍ରଭାକର ପାଟିଲ SRC

NEWS7
jay-narayana-mishra-reaction-on-2-bjp-leader-murder

ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ଭାବେ ୧୯୯୩ ବ୍ୟାଚର ବରିଷ୍ଠ ପ୍ରଶାସକ ଦେଓରଞ୍ଜନ କୁମାର ସିଂହଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ସେହିପରି ବରିଷ୍ଠ ସତ୍ୟବ୍ରତ ସାହୁଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁ ସଦସ୍ୟ ନିଯୁକ୍ତ କରାଯାଇଛି ।

ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଥିବା ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ ଗୃହ ସଚିବ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜେଶ ପ୍ରଭାକର ପାଟିଲଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର କରାଯାଇଛି । ଶୋଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି । ସେହିପରି ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ମଧୁମିତା ରଥ ନୟାଗଡ଼ ଜିଲ୍ଲାପାଳ ହୋଇଛନ୍ତି । ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ କରାଯାଇଛି ।