Live Live
LIVE

ସରଣ୍ଡା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଖସିଗଲା ହାର୍ଡକୋର ମାଓବାଦୀ ମିଶ୍ରି ବିର୍ସା

NEWS7
jatri-parikrama-project-to-be-completed-by-october

ସୁନ୍ଦରଗଡ଼ ୦୮।୦୩ : ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀ ଏବଂ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯେଉଁଥିରେ ହାର୍ଡକୋର ମାଓବାଦୀ ମିଶ୍ରି ବିର୍ସା ଖସିଯାଇଥିବାର ସୂଚନା ମିଳିଛି ।

ଏ ଖବର ବି ପଢନ୍ତୁ:-ବଲାଙ୍ଗୀର ଯାଉଥିଲା ଆମ୍ବୁଲାନ୍ସ, ଭାରସାମ୍ୟ ହରାଇ ଘରେ ପଶିଗଲା ଗାଡ଼ି

ଖବର ଅନୁଯାୟୀ, ସରଣ୍ଡା ଜଙ୍ଗଲରେ ହାର୍ଡକୋର ମାଓବାଦୀ ମିଶ୍ରି ବିର୍ସା ଲୁଚି ରହିଥିବାର ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ୍‌ ଯବାନ ମିଳିତ ଭାବେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ଏନ୍‌କାଉଣ୍ଟର । ଶେଷରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ହାର୍ଡକୋର ମାଓବାଦୀ ମିଶ୍ରି ବିର୍ସା ।

ଏ ଖବର ବି ପଢନ୍ତୁ:-ଭାରତକୁ ସୁଧାରିବାକୁ ହେବ ଏହି ତିନି ଭୁଲ ! ନହେଲେ ଫାଇନାଲରେ ହାରିଯିବ ଟିମ୍ ଇଣ୍ଡିଆ

ସେପଟେ ଏବେବି ସରଣ୍ଡା ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ମାଓବାଦୀ ଆହତ ହୋଇଥିବାର ସୂଚନା ମିଳିଛି ।