ମାମାଙ୍କ ପାଇଁ ମାଡ଼ ଖାଇଲେ ବାପି ପଣ୍ଡା…

NEWS7
jatra-bus-face-accident-in-nimapada

ଭୁବନେଶ୍ୱର ୦୨।୦୨: ବାପି ପଣ୍ଡାଙ୍କୁ ମାଡ଼ । ଖଣ୍ଡଗିରି ଯାତ୍ରାରେ ଜଲିଉଡ୍‌ରେ ଭେଟେରାନ୍‌ ଆକ୍ଟର ବାପି ପଣ୍ଡାଙ୍କୁ ଚେୟାର ମାଡ଼ ହୋଇଛି । ରବିବାର ରାତିରେ ଯାତ୍ରା ପରିବେଷଣ ବେଳେ ବାପି ପଣ୍ଡାଙ୍କୁ ଚେୟାର ମାଡ଼ ହୋଇଛି । କିଛି ସମୟ ପାଇଁ ପୁରା ପରିବେଶ ହତବାକ ହୋଇଯାଇଥିଲା । କିନ୍ତୁ କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଖବର ଅନୁଯାୟୀ, ୨୦୨୬ ଖଣ୍ଡଗିରି ଯାତ୍ରା । ଖଣ୍ଡଗିରିରେ ୧୫ ଅପେରା ନିଜ ନିଜର ଯାତ୍ରା ପରିବେଷଣ କରୁଛନ୍ତି । ଏହିକ୍ରମରେ ଖଣ୍ଡଗିରି ଜଗମରା ମେଳଣ ପଡ଼ିଆରେ ଅପରୋ ରାଜ ଦରବାର ପଡ଼ିଛି । ୨୭ ତାରିଖରୁ ଏହି ପଡ଼ିଆରେ ପ୍ରଥମେ ଅପେରା ଧଉଳି ପଡ଼ିଥିଲା । ଏହାପରେ ଅପେରା ରାଜଦରବାର ପଡିଛି । ଆଉ ରାଜଦରବାର ନିଜର ଭାଇରାଲ ନାଟକ ‘ଆଖି ପଲକରେ ଖୋଜୁଛି ତତେ’  ପରିବେଷଣ କରୁଥିଲା । ଯେଉଁଥିରେ ବାପି ପଣ୍ଡା, ମାମା ଆଦି ଅନେକ ଭେଟେରାନ୍‌ କଳାକାର ସାମିଲ ଅଛନ୍ତି। ତେବେ ରବିବାର ରାତିରେ ‘ଆଖି ପଲକରେ ଖୋଜୁଛି ତତେ’   ନାଟକର ଏକ ସିନ୍‌ ପରିବେଷଣ ବେଳେ ଘଟିଥିଲା କିଛି ଅଘଟଣ । ଏହି ନାଟକର ଏକ ସିନ୍‌ ବେଳେ ବାପି ପଣ୍ଡା ମାମାଙ୍କୁ ମାଡ଼ ମାରୁଥିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଯାତ୍ରା ପ୍ରେମୀ ବାପି ପଣ୍ଡାଙ୍କୁ ଚେୟାର ମାଡ଼ ମାରିଥିଲେ । ଏହି ଦୃଶ୍ୟରେ ଅଭିନେତ୍ରୀ ମାମାଙ୍କୁ ବାପି ମାଡ ମାରୁଥିବା ବେଳେ ତଳେ ଥିବା ଦର୍ଶକ ବାପିଙ୍କ ଉପରକୁ ଚୌକି ଫୋପାଡିଥିଲେ । ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଶେଷରେ ଦର୍ଶକମାନେ ଅଭିନେତା ବାପିଙ୍କୁ ଚୌକି ମାଡ କରିଥିଲେ ।