ଫୋନ୍ ରିସିଭ୍ କଲାନି ଲିଜା, ଘର ଭିତରେ ଏକାଠି ଦେଖି କାଟିଦେଲା...

NEWS7
jatani-ganesh-puja-vashani-end

ଭୁବନେଶ୍ୱର ୧୧।୦୨ : ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତକୁ ହତ୍ୟା। ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଘଟଣା ଉପରୁ ପର୍ଦ୍ଦା ଉଠାଇଲା ପୋଲିସ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କଲେ ଏସିପି ସୋନାଲ ସିଂ ପରମାର ।

ପ୍ରେସମିଟରେ ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ସତ୍ୟବ୍ରତ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ଦିନେଶ ହିଁ ଏକମାତ୍ର ଅଭିଯୁକ୍ତ, ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରାଯାଇଛି। ଦିନେଶକୁ ନେଇ ଆମେ କ୍ରାଇମସିନ୍ ରିକ୍ରିଏସନ କରିବୁ । ଯେଉଁ ଲିଜାଙ୍କୁ ନେଇ ତ୍ରିକୋଣୀୟ ପ୍ରେମର ସୃଷ୍ଟି ହୋଇଛି । ଏହି ହତ୍ୟାକାଣ୍ଡ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ନଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଗୋଟିଏ ରୁମ୍ରେ ଲିଜା ଓ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲା ଦିନେଶ । ଲିଜା ବଞ୍ଚାଇବାକୁ ଚେଷ୍ଟା କରିଥିଲା, ତେଣୁ ତାହାର ହତ୍ୟା ସମ୍ପୃକ୍ତି ନାହିଁ । ପୂର୍ବରୁ କିଛି ଦିନ ପାଇଁ ଦିନେଶ ଓ ଲିଜା ଲିଭ୍ ଇନ୍ରେ ରହୁଥିଲେ । ଏହାପରେ ଦିନେଶ ତାଙ୍କ ଠାରୁ ଅଲଗା ହୋଇ ଜଗତସିଂହପୁର ଯାଇଥିଲେ । ଘଟଣା ଦିନ ଲିଜା ଦିନେଶଙ୍କ ଫୋନ୍ ନ ଉଠାଇବାରୁ ସନ୍ଦେହ କରିଥିଲେ ।