ନୂଆଦିଲ୍ଲୀ ୦୮/୦୩: ଆଉ କିଛିଦିନର ଅପେକ୍ଷା । ଆରମ୍ଭ ହେବ ଫଟାଫଟ୍ କ୍ରିକେଟ ଆଇପିଏଲ୍ ୨୦୨୫ । କମ୍ପିବ ମୈଦାନ, ହେବ ଛକା ଚଉକାର ବର୍ଷା । ତେବେ ଆଇପିଏଲ୍ ପୂର୍ବରୁ ଦର୍ଶକଙ୍କୁ ଲାଗିବାକୁ ଯାଉଛି ଝଟ୍କା । ଦ୍ରୁତ୍ ବୋଲର ଜସପ୍ରୀତ ବୁମରାହ ଆଘାତ ହେତୁ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଟିମ୍ର ପାର୍ଟ ହୋଇନାହାଁନ୍ତି ।
ବୁମରାହ ଏହି ବର୍ଷ ଜାନୁୟାରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ ଟେଷ୍ଟରେ ମାଂସପେଶୀରେ ଯନ୍ତ୍ରଣା ହେତୁ ବାଦ୍ ପଡିଛନ୍ତି । ତେବେ ଟ୍ରଫି ପରେ ଏବେ ବୁମରାହ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ରେ ବାଦ୍ ପଡିବାକୁ ଯାଉଛନ୍ତି । ଫଳରେ ଦର୍ଶକଙ୍କୁ ଲାଗିବାକୁ ଯାଉଛି ଝଟ୍କା । ରିପୋର୍ଟ ଅନୁଯାୟୀ, ବୁମରାହ ଏବେ ଏପ୍ରିଲ୍ରୁ ସଂପୂର୍ଣ୍ଣ ଭାବେ ବୋଲିଂ ଆରମ୍ଭ କରିବେ । ଫଳରେ ମୁମ୍ୱାଇ ଇଣ୍ଡିଆନ୍ସରୁ କମ୍ରୁ ଅତି କମ୍ରେ ୩ ରୁ ୪ ମ୍ୟାଚ୍ ମିସ୍ କରିବେ । ସୂତ୍ର କହୁଛି ବୁମରାହଙ୍କ ମେଡିକାଲ ରିପୋର୍ଟ ଠିକ୍ ଅଛି । ସେ ପୁଣିଥରେ ଶୀଘ୍ର ବୋଲିଂ ଆରମ୍ଭ କରିବେ । ଯଦିଓ ସମ୍ଭାବନା ଅଛି କି, ଆଇପିଏଲ୍ ପୂର୍ବରୁ ସେ ଠିକ୍ ହୋଇପାରନ୍ତି ।
ଏପ୍ରିଲ୍ ପ୍ରଥମ ସପ୍ତାହରେ ତାଙ୍କ ପକ୍ଷେ ମୈଦାନକୁ କମ୍ବ୍ୟାକ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରିପୋର୍ଟ କହୁଛି କି ବୁମରାହ ଏବେ ଫୁଲ ଫର୍ମରେ ବୋଲିଂ କରିପାରିବେନି । କାରଣ ମେଡିକାଲ ଟିମ୍ ତାଙ୍କୁ ଖେଳିବାକୁ ଅନୁମତି ଦେବ । କହିବାକୁ ଗଲେ ୨୩ ମାର୍ଚ୍ଚରେ ନିଜର ଅଭିଯାନ ଆରମ୍ଭ କରିବ ମୁମ୍ୱାଇ ଇଣ୍ଡିଆନ୍ସ । ଚେନ୍ନାଇ ବିପକ୍ଷରେ ଖେଳିବ ପ୍ରଥମ ମୁକାବିଲା ।