ରାଜଧାନୀରେ ଶିକ୍ଷକଙ୍କ ମହାସମାବେଶ, ସରକାରଙ୍କୁ ମାଗିଲେ ହକ୍

NEWS7
jasprit-bumrah-is-currently-the-kohinoor-diamond-of-indian-cricket

ଭୁବନେଶ୍ୱର ୦୫/୧୨: ବିଧାନସଭା ଆଗରେ ପୁଣି ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ । ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି । ୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବିଭିନ୍ନ ଦାବିରେ ଆଜି ବିଧାନସଭା ସମ୍ମୁଖରେ ମହାସମାବେଶ କରିଛି ପ୍ରାଥମିକ ଶିକ୍ଷକ ମହାସଂଘ। ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ-୯ ଅନୁଯାୟୀ ମୂଳବେତନ ବଢାଇବା । ଆହୁରି ବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ନୋସନାଲ୍ ଇନ୍‌କ୍ରମେଣ୍ଟ୍ ପ୍ରଦାନ କରିବା ।

ଦାବିରେ ହଜାର ହଜାର ପ୍ରାଥମିକ ଶିକ୍ଷକ ବିଧାନ ସମ୍ମୁଖରେ ମହା ସମାବେଶ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ୧ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି।