ନୂଆଦିଲ୍ଲୀ ୧୧। ୬: କଳ୍ପନା କରନ୍ତୁ ଏକ ଏପରି ଦୁନିଆ ଯେଉଁଠି ସବୁ ହସ୍ପିଟାଲ, ସବୁ ଆମ୍ବୁଲାନ୍ସ ଓ ସବୁ ଯୁଦ୍ଧକ୍ଷେତ୍ରରେ ବିନା ରକ୍ତ ପରୀକ୍ଷାରେ, ବିନା ଶୀଳତ ଭଣ୍ଡାରଣରେ ଆବଶ୍ୟକତା ଅନୁସାରେ ତୁରନ୍ତ ରକ୍ତ ଉପଲବ୍ଧ ହେଲେ କଣ ହେବ? ଏହା ସାଇନ୍ସ ଫିକ୍ସନର କଥା ନୁହେଁ ଜାପାନୀ ବୈଜ୍ଞାନିକଙ୍କ ଐତିହାସିକ ଅନୁସନ୍ଧାନ ଆମକୁ ଏହି ବାସ୍ତବତାର ନିକଟତର କରିଛି। ଜାପାନୀ ଗବେଷକମାନେ ଏପରି କୁତ୍ରିମ ରକ୍ତ ଆବିଷ୍କାର କରିଛନ୍ତି ଯାହାକୁ ବିନା ବ୍ଲଡ ଗ୍ରୁପିଂରେ କାହାରିଠାରେ ମଧ୍ୟ ଚଢା ଯାଇପାରେ।
ଏହି ଆବିଷ୍କାର ନା କେବଳ ଚିକିତ୍ସା ଜଗତରେ କ୍ରାନ୍ତି ଆଣି ପାରିବ ବରଂ ଜରୁରିକାଳୀନ ପରିସ୍ଥିତିରେ ହଜାର ହଜାର ଲୋକଙ୍କୁ ଜୀବନ ବଞ୍ଚାଇ ଦେଇ ହେବ। ରକ୍ତ ଦେବା ଜରୁରିକାଳୀନ ଚିକିତ୍ସା, ସର୍ଜରୀ, ଦୁର୍ଘଟଣା ଚିକିତ୍ସା, ଆବଶ୍ୟକ ସ୍ଥଳେ ସେନାର ଜୀବନ ରକ୍ଷକ ପ୍ରକ୍ରିୟା ଅଟେ। ହେଲେ ଏହି ପ୍ରକ୍ରିୟା ସହିତ ଅନେକ ସୀମା ମଧ୍ୟ ରହିଛି। ରକ୍ତଦାତାଙ୍କ ରକ୍ତ ଗ୍ରୁପ ରୋଗୀଙ୍କ ରକ୍ତ ଗ୍ରୁପ ସହ ମିଶିବା ଆବଶ୍ୟକ। ଏହା ଛଡା ରକ୍ତକୁ ଥଣ୍ଡା ତାପମାତ୍ରାରେ ସୁରକ୍ଷିତ ରଖିବାକୁ ମଧ୍ୟ ପଡିଥାଏ ଓ ଏହାର ଉପଯୋଗୀତା ମଧ୍ୟ ସୀମିତ ସମୟ ପାଇଁ ହୋଇଥାଏ।
ହେଲେ ଜାପାନୀ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ କୁତ୍ରିମ ରକ୍ତ ଏହି ସବୁ ସୀମାକୁ ସମାପ୍ତ କରି ଦେଇଛି। ଏହାର ସବୁଠୁ ବଡ଼ ଲାଭ ହେଉଛି ଏହା କୌଣସି ରକ୍ତ ଗ୍ରୁପ ପାଇଁ ମଧ୍ୟ ପ୍ରଜୁଯ୍ୟ। ଅର୍ଥାତ ଏହାକୁ ଯେ କୌଣସି ରୋଗୀଙ୍କ ଠାରେ ଯେଉଁ ବ୍ଲଡ ଗ୍ରୁପର ହୋଇ ଥାନ୍ତୁ ନା କାହିଁକି ତାଙ୍କୁ ବିନା ବିପଦରେ ଦିଆଯାଇ ପାରିବ। ଜରୁରିକାଳୀନ ପରିସ୍ଥିତିରେ ଯେଉଁଠି ପ୍ରତି ମୂହୁର୍ତ୍ତ ଗୁରୁତ୍ୱ ପୂର୍ଣ୍ଣ ଏହି ଆବିଷ୍କାର ଅନେକ ଜୀବନ ବଞ୍ଚାଇ ଦେଇ ପାରିବ। ଏହା ଛଡା ଏହି ରକ୍ତ କୋଠରୀ ତାପମାତ୍ରାରେ ୨ ବର୍ଷ ପର୍ଯ୍ୟନ୍ତ ଖରାପ ମଧ୍ୟ ହେବନି। ଏଥିରେ ସାଧାରଣ ରକ୍ତ ୪୨ ଦିନରେ ଖରାପ ହୋଇ ଯାଇଥାଏ। ଏଣୁ ଏହାକୁ ଲଗାତାର ଫ୍ରିଜରରେ ରଖିବାକୁ ପଡିଥାଏ।
ଏଣୁ ଏହି କୁତ୍ରିମ ରକ୍ତ ଦୁର୍ଗମ ସ୍ଥାନ, ବିପର୍ଯ୍ୟୟ ପ୍ରଭାବିତ କ୍ଷେତ୍ର ଓ ଦୁର୍ବଳ ସ୍ୱାସ୍ଥ୍ୟ ସେବା ସୁବିଧାର ଦେଶମାନଙ୍କ ଲାଗି ଏକ ବରଦାନ ହୋଇପାରେ। ଏହି କୁତ୍ରିମ ରକ୍ତକୁ ଜାପାନର ନ୍ୟାସନାଲ ଡିଫେନ୍ସ ମେଡିକାଲ କଲେଜ ଓ ଅନ୍ୟ ସଂସ୍ଥାଙ୍କ ବୈଜ୍ଞାନିକମାନେ ବିକଶିତ କରିଛନ୍ତି। ଏହାକୁ ହିମୋଗ୍ଲୋବିନ ବେସିକାଲ ଟେକ୍ନୋଲଜି ଦ୍ୱାରା ତିଆରି କରାଯାଇଛି। ଏହି ପ୍ରକ୍ରିୟାରେ ସମୟ ସମାପ୍ତ ହୋଇ ସାରିଥିବା ଡୋନେଟେଡ ରକ୍ତରୁ ହିମୋଗ୍ଲୋବିନ ବାହାର କରାଯାଇଥାଏ। ଏହି ହିମୋଗ୍ଲୋବିନକୁ ସିନ୍ଥେଟିକ୍ ଲିପିଡ ଝିଲ୍ଲୀରେ ଷ୍ଟୋର କରାଯାଏ। ଯେଉଁଥିରୁ ନାନୋ ଆକାରର ଛୋଟଛୋଟ କଣିକା ତିଆରି ହୋଇଥାଏ ଓ ଅସଲି ଲାଲ ରକ୍ତ କୋଶିକା ଭଳି ଦେଖାଯାଏ।
ଏହି କଣିକା ଶରୀରରେ ଅକ୍ସିଜେନ ପହଞ୍ଚାଇବାର ସେହି କାମ କରିଥାଏ ଯାହା ସାଧାରଣ ଲାଲ ରକ୍ତ କୋଶିକା କରିଥାଏ। ଏହା ଛଡା ଏଥିରେ ଏପରି କିଛି ଗୁଣ ବି ରହିଛି ଯାହାର ପାଲେଟଲେଟସ୍ ଭଳି ଗୁଣ ବି ରହୁଛି, ଯାହା ରକ୍ତ ଜମାଟ କରିବାରେ ସହାୟକ ହୋଇଥାଏ। ଏଇଭଳି କୁତ୍ରିମ ରକ୍ତ ଶରୀରରେ ଦୁଇଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ରିୟା ଅକ୍ସିଜେନ ପରିବହନ ଓ ରକ୍ତସ୍ରାବ ରୋକିବା ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାମ କରିପାରେ। ଏ ପର୍ଯ୍ୟନ୍ତ ଏହା ପରୀକ୍ଷାମୂଳକ ପ୍ରୟୋଗରେ ରହିଛି। ୨୦୩୦ ମସିହାରୁ ଏହାର ବ୍ୟବସାୟୀକ ଉପଯୋଗ ଆରମ୍ଭ ହୋଇପାରେ।