LPG Cylinder Crisis: LPG ସଙ୍କଟ ମଧ୍ୟରେ ଇଣ୍ଡିଆନ୍ ଅଏଲର ବଡ଼ ଉପଦେଶ , ଖାଦ୍ୟ ଫୁଟିଗଲା ପରେ କମାଇ ଦିଅନ୍ତି ଆଞ୍ଚ

NEWS7
janmastami-yoga-may-change-fate-of-these-astro-signs-this-year

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ସିଧା ସଳଖ ପ୍ରଭାବ ପଡ଼ିଛି ସାଧାରଣ ଜନତାଙ୍କ ଉପରେ। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଯୋଗୁ ଦେଶରେ LPG Crisis ଦେଖିବାକୁ ମିଳିଛି । ତୈଳ କମ୍ପାନୀଗୁଡ଼ିକ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। କିଛି ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଖବର ସାମ୍ନାକୁ ଆସିବା ପରେ ଜନସାଧାରଣଙ୍କ ଚିନ୍ତା ବଢାଇ ଦେଇଛି। ଏହାରି ଭିତରେ ଇଣ୍ଡିଆନ୍ ଅଏଲ କର୍ପୋରେସନ ଗ୍ରାହକମାନଙ୍କୁ ରୋଷେଇ ଗ୍ୟାସ୍ ସଂରକ୍ଷଣ କରିବାକୁ ପରାମର୍ଶ ଦେଇଛି।

ଦେଶର ବିଭିନ୍ନ ସ୍ଥାନରେ ରୋଷେଇ ଗ୍ୟାସର ଅଭାବ ନେଇ ଚିନ୍ତା ମଧ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦ୍ ହେଲାଣି ହୋଟେଲ୍ ଓ ରେସ୍ତୌରାଂ । ଯାଗାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ କର୍ପୋରେସନ  ସୋସିଆଲ ମିଡିଆ ପ୍ଲାଟଫର୍ମରେ ରୋଷେଇ ଗ୍ୟାସ ସଂରକ୍ଷଣ କରିବା ପାଇଁ ଅନେକ ଟିପ୍ସ ପ୍ରଦାନ କରିଛି । ଗ୍ରାହକମାନଙ୍କୁ ଏଲପିଜି କିପରି ସଂରକ୍ଷଣ କରିବେ ସେ ବିଷୟରେ ଅବଗତ କରାଇଛି। ରୋଷେଇ ଗ୍ୟାସ କିପରି ସଂରକ୍ଷଣ କରିବେ ତାହା ପ୍ରଦର୍ଶନ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ମଧ୍ୟ ଅପଲୋଡ୍ କରାଯାଇଛି।

କମାନ୍ତୁ ଆଞ୍ଚ

ଇଣ୍ଡିଆନ ଅଏଲର ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି, " ଖାଦ୍ୟ ଫୁଟିବା ମାତ୍ରେ ଆଞ୍ଚକୁ ଧୀମା କରନ୍ତୁ - ଏଲପିଜି ସଂରକ୍ଷଣ କରିବାର ଏହା ଏକ ସ୍ମାର୍ଟ ଉପାୟ।" ଫୁଟିବା ପରେ ଉଚ୍ଚ ତାପ ବଜାୟ ରଖିବା ରୋଷେଇକୁ ତ୍ୱରାନ୍ୱିତ କରେ ନାହିଁ, ଏହା କେବଳ ଅଧିକ ଗ୍ୟାସ ବ୍ୟବହାର କରେ। ଏମିତି କରି 25% ପର୍ଯ୍ୟନ୍ତ ଏଲପିଜି ସଞ୍ଚୟ କରନ୍ତୁ। ପୋଷ୍ଟରେ ଆହୁରି କୁହାଯାଇଛି, "ଛୋଟ ଅଭ୍ୟାସ, ବଡ଼ ସଞ୍ଚୟ - ଏହା ଶକ୍ତି ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନେରଖନ୍ତୁ: ଖାଦ୍ୟ ଫୁଟିବା ମାତ୍ରେ ତାପ କମାଇବା ବୁଦ୍ଧିମାନର କଥା!" ଅନ୍ୟ ଏକ ପୋଷ୍ଟରେ, ଇଣ୍ଡିଆନ ଅଏଲ୍ କର୍ପୋରେସନ ପ୍ରେସର କୁକର ବ୍ୟବହାର ବୃଦ୍ଧି କରିବାକୁ ଉପଦେଶ ଦେଇଛନ୍ତି। ଏହି ଉପକରଣ ରୋଷେଇ ସମୟକୁ ଯଥେଷ୍ଟ ହ୍ରାସ କରେ। ଏପରିକି ଏଲପିଜି ବ୍ୟବହାରକୁ ହ୍ରାସ କରେ।

ଏଲପିଜି ସଙ୍କଟ ମଧ୍ୟରେ ଆଇଓସିର ଟିପ୍ସ 

IOC ମଧ୍ୟ ପରାମର୍ଶ ଦେଇଛି ଯେ ଏକ ପ୍ରେସର କୁକରରେ ଏକକାଳୀନ ଅନେକ ଖାଦ୍ୟ ରାନ୍ଧିବା ଦ୍ୱାରା ଇନ୍ଧନ କ୍ଷମତା ଆହୁରି ଉନ୍ନତ ହୋଇ ପାରିବ। ଏହାସହ ଖେଚଡ଼ି କରି ଖାଇବା ଦ୍ୱାରା ଗ୍ୟାସ୍ କୁ ବଞ୍ଚାଇ ପାରିବେ। କମ୍ପାନୀ ଜୋର ଦେଇଛି ଯେ ଏପରି ସରଳ ଉପାୟ ରୋଷେଇ ପ୍ରକ୍ରିୟାକୁ ଆହୁରି ବ୍ୟବସ୍ଥିତ କରିବ। ଆଉ ଏଭଳି ଏକ ଅନିଶ୍ଚିତତା ସମୟରେ ଏଲପିଜି ସଞ୍ଚୟ କରିବାରେ ସାହାଯ୍ୟ କରିପାରିବ।

Also Read- Gas Shortage: ଇରାନ-ଆମେରିକା ଯୁଦ୍ଧ ବନ୍ଦ ନହେଲେ, କେତେ ବଢ଼ିବ ଗ୍ୟାସ୍ ସିଲିଣ୍ଡର ଦାମ୍ ?

ଇରାନ-ଆମେରିକା ଯୁଦ୍ଧ ଯୋଗୁଁ ସାମୁଦ୍ରିକ ବାଣିଜ୍ୟ ମାର୍ଗରେ ବାଧା ଉପୁଜୁଛି। ଯାହା  LPG ଷ୍ଟକର ଉପଲବ୍ଧତାକୁ ହ୍ରାସ କରିଛି। ଆଉ ଏହା ଆମ ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପ୍ରବାବ ପକାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ ପଶ୍ଚିମ ଜୋନ୍ ସମସ୍ତ କ୍ୟାଟରିଂ ଲାଇସେନ୍ସ ଧାରକଙ୍କୁ ଯଥାସମ୍ଭବ ବିକଳ୍ପ ରୋଷେଇ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ ମାଇକ୍ରୋୱେଭ୍ ଏବଂ ଇଣ୍ଡକ୍ସନ୍ ଚୁଲା ଭଳି ବୈଦ୍ୟୁତିକ ଉପକରଣ ଅନ୍ତର୍ଭୁକ୍ତ। ଏହି ନିର୍ଦ୍ଦେଶ ବିଶେଷ ଭାବରେ ରେଳବାଇ ନେଟୱାର୍କରେ କାର୍ଯ୍ୟ କରୁଥିବା  କ୍ୟାଟରିଂ ୟୁନିଟ୍ ପାଇଁ ପ୍ରଯୁଜ୍ୟ।