ନୂଆଦିଲ୍ଲୀ ୧୪।୦୪୨୨ ବର୍ଷିୟ ଖେଳାଳୀ । ଆଇପିଏଲ୍ ଡେବ୍ୟୁ ମ୍ୟାଚ୍ରେ କଲେ ଧମାଲ୍ । ୩୫ ବଲ୍ରେ ବିଦେଶୀ ପ୍ଲେୟର ଖେଳିଛନ୍ତି ଅର୍ଦ୍ଧଶତକ ପାଳି । ଅନ୍ୟପଟେ ଭାଙ୍ଗିଛନ୍ତି ମିଷ୍ଟର ୩୬୦ଙ୍କ ରେକର୍ଡ । ଆମେ କହୁଛୁ ଲକ୍ଷ୍ନୌ ସୁପରଜାଏଣ୍ଟସ୍ର ହିରୋ ତଥା ଅନକ୍ୟାପ୍ ବିଦେଶୀ ପ୍ଲେୟର ଫ୍ରେଜର୍ ମ୍ୟାକ୍ଗର୍ଗଙ୍କ କଥା । ନିଜର ଦମଦାର୍ ପାଳି ଖେଳି ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ ।
ମ୍ୟାକ୍ଗର୍ଗ ମାତ୍ର ୩୫ ବଲ୍ରେ ଖେଳିଛନ୍ତି ଅର୍ଦ୍ଧଶତକ ପାଳି । ଆଉ ଆସିଛନ୍ତି ଚର୍ଚ୍ଚାକୁ । ଆଇପିଏଲ୍ର ୨୦୨୪ର ୨୬ତମ ସିଜିନ୍ । ଲକ୍ଷ୍ନୌକୁ ୬ରେ ମାତ୍ ଦେଲା ଦିଲ୍ଲୀ । ଏହି ମ୍ୟାଚ୍ର ହିରୋ ପାଲଟିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ଫ୍ରେଜର ମ୍ୟାକଗର୍ଗ । ୨୨ ବର୍ଷିୟ ଏହି ଖେଳାଳୀ ୫ଟି ଛକ୍କା ଏବଂ ୨ଟି ଚୌକା ସହାୟତାରେ ଖେଳିଛନ୍ତି ଅର୍ଦ୍ଧଶତକ ପାଳି । ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛନ୍ତି ସେହି ଖେଳାଳୀ ଯିଏକି ଦୁନିଆର ଦିଗ୍ଗଜ ବ୍ୟାଟର ମିଷ୍ଟର ୩୬୦ ତଥା ଏବି ଡିଭିଲିୟର୍ସଙ୍କର ଭାଙ୍ଗିଛନ୍ତି ରେକର୍ଡ ।
ଫ୍ରେଜର ପୂର୍ବବର୍ଷ ସବୁଠାରୁ ସ୍ପିଡ୍ ଶତକ ଲଗାଇବାରେ ଭାଙ୍ଗିଥିଲେ ମିଷ୍ଟର ୩୬୦ରଙ୍କ ରେକର୍ଡ । ହ୍ବାଇଟ୍ ବଲ୍ ଫର୍ମାଟରେ ଡେଭିଲିୟର୍ସ ହିଁ ସବୁଠାରୁ ସ୍ପିଡ୍ ଶତକ ଲଗାଇବାରେ ୧ ନମ୍ବରରେ ଥିଲେ । ଡିଭିଲିୟର୍ସ ଏହି କୀର୍ତ୍ତିମାନ ୨୦୧୫ରେ ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷରେ କରିଥିଲେ । ସେ ୩୧ ବଲ୍ରେ ଲଗାଇଥିଲେ ଶତକ । କିନ୍ତୁ ଫ୍ରେଜର ପୂର୍ବବର୍ଷ ଅଷ୍ଟ୍ରେଲିଆରେ ହେଉଥିବା ଘରୋଇ ଟୁର୍ଣ୍ଣାମେଣ୍ଟରେ ୨୯ ବଲ୍ରେ ଶତକ ଲଗାଇ ଭାଙ୍ଗିଛନ୍ତି ଏହି ରେକର୍ଡ ।
ତେବେ କିଏ ଏହି ଫ୍ରେଜର୍ ମ୍ୟାକ୍ଗର୍ଗ ? ଯିଏକି ଆଇପିଏଲ୍ରେ ଦେଖାଉଛନ୍ତି ଜଲଓ୍ବା । ଆଇପିଏଲ୍ ୨୦୨୪ରେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କରିଛନ୍ତି ଡେବ୍ୟୁ । ସେ ଅନ୍ତର୍ଜାତୀୟ ଲିଗ୍ ଟି -୨୦ରେ ଦୁବାଇ କ୍ୟାପିଟାଲର ଏକ ଅଂଶ। ଖବର ଅନୁଯାୟୀ ୨୨ବର୍ଷୀୟ ଫ୍ରେଜର ମ୍ୟାକଗର୍କ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳି ସାରିଛନ୍ତି ।
ଫେବୃୟାରୀ ୨୦୨୪ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଅନ୍ତରାଷ୍ଟ୍ରିୟ କ୍ରିକେଟରେ ଡେବ୍ୟୁ କରିଥିଲେ ।
କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ମାତ୍ର ୨ଟି ODI ଖେଳିଛନ୍ତି । ଯେଉଁଥିରେ ସେ ୫୧ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ସବୁଠାରୁ ହାଇସ୍କୋର୍ ୪୧ ରନ୍ ହୋଇଥାଏ । ଆନ୍ତର୍ଜାତୀୟ କ୍ରିକେଟ୍ ବ୍ୟତୀତ ମ୍ୟାକଗର୍କ ଏପର୍ଯ୍ୟନ୍ତ ୧୬ଟି ଫାଷ୍ଟକ୍ଲାସ୍, ୨୧ଟି ଲିଷ୍ଟ-ଏ ଏବଂ ୩୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ସେ ୩୦ଟି ଫାଷ୍ଟକ୍ଲାସ୍ ଇନିଂସରେ ୫୫୦ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ସେ ଗୋଟିଏ ଶତକ ଏବଂ ୧ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାବ୍ୟତୀତ ଟି-୨୦ ର ୩୬ ପାଳିରେ ଫ୍ରେଜର ୭୦୦ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ସେ ୪ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଆଗାମୀ ଦିନରେ ଏହି ଯୁବ ପ୍ଲେୟର ଟିମ୍ ପାଇଁ ହୋଇପାରନ୍ତି ସଙ୍କଟମୋଚନ ।