LIVE TV
LIVE TV

ଦ୍ୱିତୀୟ ଦିନିକିଆ ପୂର୍ବରୁ ବିସିସିଆଇ ଡାକିଲା ଜରୁରୀ ବୈଠକ, ଯୋଗଦେବେ ଗମ୍ଭୀର-ଅଗରକର

NEWS7
jake-fraser-mcgurk-profile-who-debut-in-ipl-for-delhi

ରାଞ୍ଚି,୦୧ /୧୨: ବିସିସିଆଇରେ ହୋଇପାରେ କିଛି ବଡ ଅଦଳବଦଳ । ଜରୁରୀ ବୈଠକ ଡାକିଲା ବୋର୍ଡ । ଉପସ୍ଥିତ ରହିବେ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଦ୍ୱିତୀୟ ଦିନିକିଆ ପୂର୍ବରୁ ଏହି ବୈଠକ ଡକାଯାଇଥିବା ସୂଚନା ମିଳିଛି ।

ଏନଡିଟିଭିର ରିପୋର୍ଟ ଅନୁସାରେ, ବୁଧବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ବୈଠକ ଡକାଯାଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ବାବଦରେ ଆଲୋଚନା ହେବ । କେବଳ ହାତଗଣତି ଅଧିକାରୀ ବୈଠକରେ ଉପସ୍ଥିତ ରହିବେ । ଏଥିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ମଧ୍ୟ ଆଲୋଚନା ହୋଇପାରେ । କାରଣ ଗତ କିଛି ମୁକାବିଲାରେ ଉଭୟ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି ।

ରିପୋର୍ଟ ଅନୁସାରେ, ବୈଠକରେ ବିସିସିଆଇ ସଚିବ ଦେବଜିତ ସୈକିଆ, ଯୁଗ୍ମ ସଚିବ ପ୍ରଭତେଜ ସିଂ ଭାଟିଆ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଉପସ୍ଥିତ ରହିବେ । ତେବେ ନୂଆକରି ବିସିସିଆଇ ସଭାପତି ହୋଇଥିବା ମିଥୁନ ମାନହସ ଏଥିରେ ସାମିଲ ହେବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତୀୟ ଦଳ କିପରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବ ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଟେଷ୍ଟ ମୁକାବିଲାରେ ଦଳ ମଧ୍ୟରେ ଥିବା କିଛି ତ୍ରୁଟିକୁ ଏଥିରେ ସୁଧରାଯିବ । ସେହିପରି ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ବକପ୍ ଏବଂ ୨୦୨୭ର ଦିନିକିଆ ବିଶ୍ୱକପ୍ ବାବଦରେ ମଧ୍ୟ ବୈଠକରେ ଚର୍ଚ୍ଚା ହେବ ବୋଲି ଅଧିକାରୀଜଣଙ୍କ କହିଛନ୍ତି ।