SIR ଭୋଟର ତାଲିକାରୁ ମଧ୍ୟ ପ୍ରଦେଶରେ କଟିଲେ ୪୨.୭୪ ଲକ୍ଷ ଭୋଟର, EPIC ନମ୍ବରରୁ ସର୍ଚ୍ଚ ହୋଇ ପାରୁନି ନାଁ

NEWS7
jajpur-youth-turns-crorepati-playing-online-game

ଭୋପାଳ: ନିର୍ବାଚନ କମିଶନ ମଧ୍ୟପ୍ରଦେଶରେ ଏସଆଇଆର ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ରାଜ୍ୟର ଭୋଟର ତାଲିକାରୁ ୪୨.୭୪ ଲକ୍ଷ ନାମ ବାଦ ଦିଆଯାଇଛି। ଏଥିରେ ୧୯.୧୯ ଲକ୍ଷ ପୁରୁଷ ଏବଂ ୨୩.୬୪ ଲକ୍ଷ ମହିଳା ଅନ୍ତର୍ଭୁକ୍ତ। ଡ୍ରାଫ୍ଟ ଲିଷ୍ଟ ପ୍ରକାଶିତ ହେବା ମାତ୍ରେ, ୱେବସାଇଟରେ ଏକ ସମସ୍ୟା ଦେଖାଯାଇଛି । ୱେବସାଇଟରେ, EPIC ନମ୍ବର ଦେବା ପରେ ମଧ୍ୟ ତଥ୍ୟ ପ୍ରଦର୍ଶିତ ହେଉନାହିଁ ବୋଲି ଅଭିଯୋଗ ହୋଇଛି ।

ଆଜି କେରଳ, ଛତିଶଗଡ଼ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପାଇଁ ମଧ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିବେ। ଛତିଶଗଡ଼ରେ ମଧ୍ୟ ଲକ୍ଷାଧିକ ଲୋକଙ୍କ ନାଁ କଟିପାରେବୋଲି କୁହାଯାଉଛି । ପୂର୍ବରୁ, ନିର୍ବାଚନ କମିଶନ ୭ଟି ରାଜ୍ୟ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଥିଲେ । ଏହି ତାଲିକାରେ ପଶ୍ଚିମବଙ୍ଗ, ରାଜସ୍ଥାନ, ତାମିଲନାଡୁ, ଗୁଜରାଟ, ଗୋଆ, ଲକ୍ଷଦ୍ୱୀପ ଏବଂ ପୁଡୁଚେରୀ ଥିଲା ।

ଏହି ରାଜ୍ୟଗୁଡ଼ିକରେ, ବିଭିନ୍ନ କାରଣରୁ ଡ୍ରାଫ୍ଟ ଭୋଟର ତାଲିକାରୁ ମୋଟ ୨ କୋଟି ୭୦ ଲକ୍ଷରୁ ଅଧିକ ନାମ ବାଦ ଦିଆଯାଇଛି। ତାମିଲନାଡୁରେ ସର୍ବାଧିକ ୯୭ ଲକ୍ଷ ନାମ ବାଦ ଦିଆଯାଇଛି । ଏହା ପରେ ଗୁଜରାଟରେ ୭୩ ଲକ୍ଷ ଏବଂ ବେଙ୍ଗଲରେ ୫୮ ଲକ୍ଷ ନାମ ବାଦ ଦିଆଯାଇଛି।

କେରଳରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟରେ ପ୍ରାୟ ୨୫ ଲକ୍ଷ ଭୋଟରଙ୍କ ନାଁ କଟିପାରେ । ୨୦୨୫ ସ୍ଥାନୀୟ ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ଭୋଟର ତାଲିକା ଅନୁସାରେ, କେରଳରେ ୨ କୋଟି ୮୬ ଲକ୍ଷରୁ ଅଧିକ ପଞ୍ଜୀକୃତ ଭୋଟର ଅଛନ୍ତି । SIR ଅଧୀନରେ ୯୯% ରୁ ଅଧିକ ଭୋଟର ତାଲିକାର ଡିଜିଟାଇଜେସନ୍ ସମାପ୍ତ ହୋଇଛି ଏବଂ ପ୍ରାୟ ୨୫ ଲକ୍ଷ ନାମ କଟାଯାଇପାରେ। କେରଳ ବିଧାନସଭାର ସମସ୍ତ ୧୪୦ ଆସନ ପାଇଁ ନିର୍ବାଚନ ୨୦୨୬ ରେ ଅନୁଷ୍ଠିତ ହେବ ।