ଚଣ୍ଡିଖୋଲ ୮।୮: ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ କରୁଛନ୍ତି ଏସ୍ପି ।ବାଲିଚନ୍ଦ୍ରପୁର ଥାନା ଅଧୀନ ମହିପୁର ଗ୍ରାମର ରବୀନ୍ଦ୍ର ମଲ୍ଲିକ ଥାନାରେ ଅଟକ ଥିବା ସମୟରେ ଥାର୍ଡ ଡିଗ୍ରୀ କରାଯାଇଥିଲା । ରବୀନ୍ଦ୍ର ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ରବୀନ୍ଦ୍ରଙ୍କ ବୟାନ ରେକର୍ଡ କରି ପୋଲିସ ଘରକୁ ଛାଡି ଦେଇଥିବା ବେଳେ ଏହି ଘଟଣାରେ ବାଲିଚନ୍ଦ୍ରପୁର ଥାନାର ୩ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ଏସ୍ପି । ଏ ନେଇ ଘଟଣାର ତଦନ୍ତ ପାଇଁ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚିଛନ୍ତି ଏସ୍ପି । ଅନ୍ୟପଟେ ଅଟକ ଯୁବକ ରବୀନ୍ଦ୍ର ମଲ୍ଲିକଙ୍କ ନାମରେ ପୂର୍ବରୁ ଲିଖିତ ଅଭିଯୋଗ ଆଣିଥିବା ଭାଇ ରବୀନ୍ଦ୍ର ମଲ୍ଲିକ (ବାଦଲ) ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଜମିବାଡ଼ି ବିବାଦକୁ ନେଇ ରବୀନ୍ଦ୍ର ତାଙ୍କ ଭାଇ ବାଦଲକୁ ଗରମ ପେଜ୍ ପକାଇଥିଲେ । ବାଦଲ ପୂର୍ବରୁ ଥାନାରେ ରବୀନ୍ଦ୍ରଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ଆଜି ସେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ବିଭିନ୍ନ ଦିଗକୁ ଆଧାର କରି ଏସ୍ପି ତଦନ୍ତ କରୁଛନ୍ତି ।
You Can Read:
ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର, ସୁରକ୍ଷା ପାଚେରୀ ଡେଇଁ ରାସ୍ତାକୁ ମାଡି ଆସିଲା ସମୁଦ୍ର ପାଣି