Live Live
LIVE

ରେଳ ଧାରଣାରେ ବୁଲୁଥିବା ବେଳେ ଧକ୍କା ଦେଲା ଟ୍ରେନ୍, ଚାଲିଗଲା ଯୁବକଙ୍କ ଜୀବନ

NEWS7
jajpur-badachana-purusottampur-malana

ଢେଙ୍କାନାଳ ୭।୩: ମୃତ୍ୟୁ ଏମିତି ବି ଆସେ । ରେଳ ଧାରଣାରେ ବୁଲୁଥିଲେ ଯୁବକ । ହଠାତ୍ ଧକ୍କା ଦେଲା ଟ୍ରେନ୍ । ଅକାରଣରେ ଚାଲିଗଲା ଯୁବକଙ୍କ ଜୀବନ । ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ନିକଟରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।

ଏ ଖବର ବି ପଢ଼ନ୍ତୁ:- ଗୁଜବ ନା ସତ, ମାଲକାନଗିରିରେ ମିଳୁନି ପେଟ୍ରୋଲ-ଡିଜେଲ୍ !

ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ନିକଟରେ ରେଳ ଧାରଣାରେ ବୁଲୁଥିବା ବେଳେ ଧକ୍କା ଦେଲା ଟ୍ରେନ୍ । ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ମଣ୍ଡପାସାହିର ଉତ୍କଳମଣି ବେହେରା ବୋଲି ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ତାଳଚେର ଜିଆରପି । ଟ୍ରେନ୍ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଛି ପୋଲିସ ।

ଏ ଖବର ବି ପଢ଼ନ୍ତୁ:- ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

ତେବେ ମୃତ ଯୁବକ ଉତ୍କଳମଣୀଙ୍କର ମାନସିକ ସ୍ଥିତି ଠିକ୍ ନଥିବା ବେଳେ ସେ ଟ୍ରେନ୍ ଲାଇନରେ ବୁଲୁଥିଲେ । ହଠାତ୍ ଟ୍ରେନ୍ ଚାଲିଆସିଥିଲା । ତେବେ ସେ ଏହା ଜାଣି ନପାରିବାରୁ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ କହିଛନ୍ତି ।