ଜମିବାଡି ବିବାଦରୁ କରୁଣ ପରିଣତି, ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା

NEWS7
jaishankar-to-visit-china-to-co-chair-2nd-hlm-meet-amid-tensions

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ନିଆଳିଝରଣ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହାଣି ଗୋଟିଏ ପରିବାର ସ୍ବାମୀ , ସ୍ତ୍ରୀ ଓ ନାବାଳିକା ଝିଅକୁ ହତ୍ୟା କରାଯାଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ମୃତକ ହେଲେ ସ୍ବାମୀ ଜିତେନ୍ଦ୍ର ସୋରେନ, ସ୍ତ୍ରୀ ମାଳତୀ ସୋରେନ ଓ ଝିଅ ମମି ସୋରେନ । ସମ୍ପର୍କୀୟ ଭାଇଙ୍କ ସହ ଜମିବାଡିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଉଠାଇ ନେଇଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ତଦନ୍ତ ଜୋରଦାର କରିଛି।

Updating...