ସନ୍ଦେହ ଘେରରେ ଅଭିଯୁକ୍ତକୁ ଜେଲରଙ୍କ ମାଡ଼ ଅଭିଯୋଗ, ଜେଲ୍ ଡିଆଇଜିଙ୍କ ରାଇରଙ୍ଗପୁର ଏବଂ ବାରିପଦା ଜେଲ୍ ପରିଦର୍ଶନ

Published By : Prameya-News7 Bureau | June 12, 2025 IST

ବାରିପଦା ୧୨: ବହଳଦା ବ୍ୟାଙ୍କ ଡକାୟତିର ଅଭିଯୁକ୍ତ ପ୍ରଦୀପ ବିନ୍ଦକୁ ରାଇରଙ୍ଗପୁର ଜେଲରଙ୍କ ମାଡ଼ ଅଭିଯୋଗ ଏହି ଅଭିଯୋଗକୁ ଜେଲ୍ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ । ଘଟଣା ପରେ ଜେଲ୍ DIGଙ୍କ ଜେଲ୍ ପରିଦର୍ଶନ । DIG ତଦନ୍ତରେ ଆସିବା ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣି ନେଇଛି । 

ଗତ ଫେବୃୟାରୀ ୨୦ ତାରିଖରେ ହୋଇଥିବା ବହଳଦା ବ୍ୟାଙ୍କ ଡକାୟତିର ଅଭିଯୁକ୍ତ ମାନଙ୍କୁ ଗିରଫ କରି ମୟୂରଭଞ୍ଜ ପୋଲିସ ଗତ ଏପ୍ରିଲ ୨୨ ତାରିଖରେ କୋର୍ଟ ଚାଲାଣ କରିଥିଲା । ତାପରେ ସେମାନଙ୍କୁ ରାଇରଙ୍ଗପୁର ଜେଲ୍‌କୁ ପଠାଇ ଦିଆଯାଇଥିଲା । ଅନ୍ୟତମ ଅଭିଯୁକ୍ତ ପ୍ରମୋଦ ବିନ୍ଦଙ୍କୁ ରାଇରଙ୍ଗପୁର ଜେଲ୍‌ରେ ମାଡ଼ ମାରିବା ସହିତ ଶାରୀରିକ ଅତ୍ୟାଚାର କରିବାର ଅଭିଯୋଗ ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଥିଲା । ହେଲେ ଏହି ଅଭିଯୋଗକୁ ଜେଲ୍ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ । ଅଭିଯୋଗର ତୁରନ୍ତ ପରେ ଅଭିଯୁକ୍ତଙ୍କୁ ଅନ୍ୟ ମାମଲା ବାହାନା କରି ରାଇରଙ୍ଗପୁର ଜେଲ୍‌ରୁ ବାରିପଦା ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରିବା ସହିତ ଜେଲ୍ ଡିଆଇଜି ରାଇରଙ୍ଗପୁର ଏବଂ ବାରିପଦା ଜେଲ୍‌ ପରିଦର୍ଶନ ତଥା ତଦନ୍ତରେ ଆସିବା ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣି ନେଇଛି । 

ବୁଧବାର ରାଇରଙ୍ଗପୁର ଜେଲ୍ ଏବଂ ଗୁରୁବାର ସକାଳ ୯ଟାରେ ଡିଆଇଜି ବାରିପଦା ଜେଲ୍‌କୁ ଆସି ଏହି ମାମଲାର ତଦନ୍ତ କରିଛନ୍ତି । ଜେଲ୍ କର୍ତ୍ତୃପକ୍ଷ ଘଟଣାକୁ ଲୁଚାଇଥିଲେ ମଧ୍ୟ ଡିଆଇଜିଙ୍କ ପ୍ରତିକ୍ରିୟା ଏଭଳି ଘଟଣା ଘଟିଥିବାର ସ୍ପଷ୍ଟ କରୁଛି । ତେବେ ସେମିତି ବେଶୀ କିଛି ହୋଇନାହିଁ ହେଲେ ତଦନ୍ତରୁ ଜଣାପଡ଼ିଲେ ଦୋଷୀ ବିରୁଦ୍ଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜେଲ୍ ଡିଆଇଜି କହିଛନ୍ତି ।

You Can Read:

ଶିକ୍ଷକ ମାନଙ୍କ ପରାମର୍ଶରେ ୨୦୩୬ ପାଇଁ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ସହ ନୂଆ ଓଡ଼ିଶା ଗଠନ କରାଯିବ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.