ଭାରତୀୟ ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଲେ ଜୟ ଶାହ, ୨୦୨୩ର ଘଟିବନି ପୁନରାବୃତ୍ତି

Published By : Prameya-News7 Bureau | August 15, 2024 IST

livehindustan

ନୂଆଦିଲ୍ଲୀ: ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍‌ ୨୦୨୩ର ଭୁଲ୍‌କୁ ଦୋହରାଇବନି ଭାରତୀୟ ଦଳ। ଏହି ପ୍ରତିଶ୍ରୁତି ଦେଇଛନ୍ତି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ   ବୋର୍ଡ(ବିସିସିଆଇ) ସଚିବ ଜୟ ଶାହ। ଆଇପିଏଲ୍ ୨୦୨୩ ଓ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ୨୦୨୩ ମଧ୍ୟରେ ବ୍ୟବଧାନ ବହୁତ କମ ଥିଲା, ଯାହାର ପରିଣାମ ଭାରତୀୟ ଦଳକୁ ଭୋଗିବାକୁ ପଡ଼ିଥିଲା। ଭାରତ କ୍ରମାଗତ ଦ୍ଵିତୀୟ ଥର ଫାଇନାଲ୍‌ରେ ପହଞ୍ଚି ଥିଲେ ହେଁ ଚାମ୍ପିଅନ ହେବାରେ ବିଫଳ ହେବାରୁ ଆଇପିଏଲ୍‌କୁ ଦାୟୀ କରାଯାଇଥିଲା। କିନ୍ତୁ ଏବେ ଜୟ ଶାହ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆଇପିଏଲ୍ ଫାଇନାଲ୍ ଓ ଡବ୍ଲ୍ୟୁଟିସି ଫାଇନାଲ୍ ମଧ୍ୟରେ ଭଲ ବ୍ୟବଧାନ ରଖାଯିବ।

ନିକଟରେ ଜୟ ଶାହ ଆଇପିଏଲ୍ ଫାଇନାଲ୍ ଓ ଡବ୍ଲ୍ୟୁଟିସି ଫାଇନାଲ୍ ମଧ୍ୟରେ ୧୫ ଦିନ ବ୍ୟବଧାନ ରଖାଯାଉ ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ ଆଇପିଏଲ୍ କାର୍ଯ୍ୟସୂଚୀ ସତ୍ତ୍ଵେ ବି ଭାରତୀୟ ଦଳ ସର୍ବଦା ଫାଇନାଲ୍‌ରେ ପହଞ୍ଚି ଆସିଛି। ଦଳ ଚାମ୍ପିଅନ ହୋଇ ନ ଥିଲେ ବି ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଆଇପିଏଲ୍ ଓ ଡବ୍ଲ୍ୟୁଟିସି ଫାଇନାଲ୍ ମଧ୍ୟରେ ସ୍ଵଳ୍ପ ବ୍ୟବଧାନ ଥିଲେ ମଧ୍ୟ ଦଳ କ୍ରମାଗତ ଦୁଇ ଥର ଫାଇନାଲ୍‌ରେ ପହଞ୍ଚିଛି। 

୨୦୨୧ ଡବ୍ଲ୍ୟୁଟିସି ଫାଇନାଲ୍ ଜୁନ ୧୮ ତାରିଖରେ ଖେଳା ଯାଇଥିଲା ଏବଂ ଦଳ ଜୁନ ୩ ତାରିଖରେ ଇଂଲଣ୍ଡ ପହଞ୍ଚିଥିଲା। ଏହା ପରେ ବି ଦଳ ନ୍ୟୁଜିଲାଣ୍ଡ ନିକଟରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ନିଜ ଦଳ ଭିତରେ ଅଭ୍ୟାସ୍ ମ୍ୟାଚ୍ ଖେଳିଥିଲା। କିନ୍ତୁ ଏହାର ଲାଭ ଭାରତକୁ ମିଳି ନ ଥିଲା। ପୁଣି ୨୦୨୩ ଆଇପିଏଲ୍ ଓ ଡବ୍ଲ୍ୟୁଟିସି ଫାଇନାଲ୍ ମଧ୍ୟରେ ବ୍ୟବଧାନ ବହୁତ କମ ଥିଲା। ଦଳ  ପ୍ରସ୍ତୁତି କରି ପାରି ନ ଥିଲା ଓ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ଭାରତକୁ ୨୦୮ ରନରେ ହରାଇଥିଲା।

ଡବ୍ଲ୍ୟୁଟିସି ଫାଇନାଲ୍ ୨୦୨୫ର ତାରିଖ ଧାର୍ଯ୍ୟ ହୋଇ ନାହିଁ। ମାତ୍ର ଜୁନ ମାସରେ ଏହା ଖେଳାଯିବାର ସମ୍ଭାବନା ରହିଛି। ଭାରତ ପୁଣି ଥରେ ଫାଇନାଲ୍‌ରେ ପହଞ୍ଚିବାର ପ୍ରବଳ ଦବିଦାର ରହିଛି। ଦଳ ୬୮.୧୫ ପ୍ରତିଶତ ପଏଣ୍ଟ ସହ ତାଲିକାରେ ଶୀର୍ଷରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.