‘ଡାହାଣୀ’ ଶବ୍ଦ ଅପରାଧ, ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ OHRC

NEWS7
jagabandhu-remand

ଭୁବନେଶ୍ୱର ୩୧/୦୧: ‘ଡାହାଣୀ’ ଅପରାଧ ବିରୋଧରେ OHRCଙ୍କ ବଡ଼ ନିର୍ଦ୍ଦେଶ । ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ OHRC।‘ଡାହାଣୀ’ ଶବ୍ଦ ବ୍ୟବହାର ଅପରାଧ ଘୋଷଣା ହେଉ ବୋଲି କହିଛନ୍ତି। ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଓ ଏହାର ପରିପାଳନା ପାଇଁ ୨୦୧୪ ମସିହାରେ ସୂଚିତ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ ର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ।

ଡାହାଣୀ ଶିକାର ଭଳି କୁସଂସ୍କାରମୂଳକ ପ୍ରଥାକୁ ସମୁଳେ ନଷ୍ଟ କରିବା ପାଇଁ ବର୍ତ୍ତମାନ ଆଇନରେ ସ୍ପଷ୍ଟ ଓ ପ୍ରଭାବଶାଳୀ ବ୍ୟବସ୍ଥାର ଅଭାବ ରହିଛି। ବିଶେଷକରି ଡାହାଣୀ ଅଭିଯୋଗ ଆଧାରରେ ବଳପୂର୍ବକ ଗ୍ରାମଛଡ଼ା, ସାମାଜିକ ବହିଷ୍କାର, ସମୁଦାୟରୁ ଚ୍ୟୁତି ଓ ଅମାନବିକ ଆଚରଣକୁ ରୋକିବା ପାଇଁ ଆଇନରେ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥା ନାହିଁ।

ଡାହାଣୀ ଶବ୍ଦକୁ ଅପରାଧ ଭାବେ ଘୋଷଣା କରିବା, ଆଇନକୁ ଲିଙ୍ଗ-ନିରପେକ୍ଷ କରିବା ଏବଂ ପ୍ରତିରୋଧ, ପୁନର୍ବାସ ଓ ନ୍ୟାୟ ପୁନସ୍ଥାପନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି।ଗୃହ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗକୁ ସଂଯୁକ୍ତ ଭାବେ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ କୁ ସଂଶୋଧନ କରିବା ସହ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ସାମିଲ କରିବା ସହ ଅବହେଳା ପାଇଁ ଦାୟୀ ବ୍ୟକ୍ତିମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି।