Rajyasabha Race : ବର୍ଷିଲେ କଟକ ବାରବାଟୀ ବିଧାୟିକା, କହିଲେ ବିଜେଡିକୁ ସମର୍ଥନ ନିଷ୍ପତ୍ତି ଭୁଲ୍

NEWS7
j-k-cm-omar-abdullahs-big-statement

କଟକ ୧୪/୦୩: ରାଜ୍ୟସଭା ନିର୍ବାଚନକୁ ନେଇ ବର୍ଷିଲେ କଂଗ୍ରେସ ଵିଧାୟିକା ସୋଫିଆ ଫିର୍ଦ୍ଦୋଷ । ଖୋଲା ଅସନ୍ତୋଷ ଝାଡ଼ିଛନ୍ତି ବିଧାୟିକା ସୋଫିଆ । ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କଲେ ବିଧାୟକ । କହିଛନ୍ତି ‘ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ ଆଲୋଚନା ହୋଇନି’ । ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା ।

ନୂଆପଡ଼ା ଉପନିର୍ବାଚନକୁ ମୋତ ଡକାଯାଇ ନ ଥିଲା । ‘ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡ଼ିଲେ ମୋତେ ଜଣାଉ ନାହାନ୍ତି’ । ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ପ୍ରଶ୍ନ କଲେ । ଵିଜେଡ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ନେଇ ମଧ୍ୟ ଆମ ସହିତ ଆଲୋଚନା ହୋଇନାହିଁ । ବିଜେଡିକୁ ସମର୍ଥନ କରିବା କଂଗ୍ରେସର ନିଷ୍ପତ୍ତି ଠିକ୍ ନଥିଲାକଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ନେଇ କିଛି ସ୍ପଷ୍ଟ କଲେନି ସୋଫିଆ ।