LIVE TV

ରାତି ପାହିଲେ ରାଜ୍ୟରେ ଧାନ କିଣିବେ ସରକାର, ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

NEWS7
isro-tension-increased-100th-mission-suffered-a-major-setback

ଭୁବନେଶ୍ଵର: ଚଳିତ ବର୍ଷ ଲାଗି ଖରିଫ ଧାନ କିଣିବେ ସରକାର | ଚଳିତ ବର୍ଷ ଖରିଫ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର | ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି | ମଣ୍ଡି ଗୁଡିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ | ଏପଟେ କଟନୀ ଛଟନୀ ଚାଷୀ ଓ ମାଲିକଙ୍କ ସଲାସୁତୁରାରେ ହେଉଛି ବୋଲି ମନ୍ତ୍ରୀ କହିବା ପରେ ବିରୋଧୀ ଏହାକୁ ପ୍ରସଙ୍ଗ କରିଛନ୍ତି।

ରାତି ପାହିଲେ ରାଜ୍ୟରେ ଧାନ କିଣିବେ ସରକାର | ଚଳିତ ବର୍ଷ ଛୋଟ ଚାଷୀ, ପ୍ରକୃତ ଚାଷୀ, ଭାଗ ଚାଷୀଙ୍କଠାରୁ ଧାନ କିଣା ପାଇଁ ବିଶେଷ ଗୁରୁତ୍ବ ଦିଆଯିବ | ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ | ଧାନ ସଂଗ୍ରହ ପରିଚାଳନା ନେଇ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି ସରକାର | ଧାନ ଚାଷ ହୋଇଥିବା ଅଞ୍ଚଳ ବାବଦରେ ସାଟେଲାଇଟ୍ ଯାଞ୍ଚ ସମସ୍ତ ଜିଲ୍ଲାରେ କରାଯାଇଛି | ଆଧାରଭିତ୍ତିକ ପ୍ରମାଣ ଜରିଆରେ ଚାଷୀଙ୍କର ଧାନ ସଂଗ୍ରହ ନେଇ ପ୍ରମାଣ କରାଯିବ ବୋଲି ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଇଛି | ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ।

ପୂର୍ବ ବର୍ଷ ଭଳି ଚଳିତ ଥର କଟନୀ ଛଟନୀକୁ ରୋକିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ | ମନ୍ତ୍ରୀ କହିଛନ୍ତି, କଟନୀ ଛଟନୀ ଉପରେ ସରକାର ତୀକ୍ଷଣ ନଜର ରଖିଛନ୍ତି। କିନ୍ତୁ ଚାଷୀ ଆଉ ମିଲର ସଲାସୁତୁରା କରି କଟନୀ ଛଟନୀ ଯଦି କରିବେ ତାହା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ବାଧୀନ ନୁହେଁ ବୋଲି ମନ୍ତ୍ରୀ କହିବା ପରେ ବିରୋଧୀ ଏହାକୁ ବିରୋଧ କରିଛନ୍ତି | ଯଦି ଚାଷୀ ଓ ମିଲରଙ୍କ ଭିତରେ କଥାବାର୍ତ୍ତା ହୋଇ କଟନୀ ଛଟନୀ ହେଉଛି ତେବେ ସରକାର କଣ କରୁଛି ବୋଲି ପ୍ରଶ୍ନ କରିଛି ବିଜେଡ଼ି | କଂଗ୍ରେସ କହିଛି, ନୂଆ ସରକାର ଆସୁ ଆସୁ କହିଥିଲେ କଟନି ଛଟନୀ ହେବ ନାହିଁ କିନ୍ତୁ ଗତ ରବି ହେଉ ଖରିଫ ହେଉ ସବୁଠି କଟନୀ ଛଟନୀ ହେଲା

ଚଳିତ ବର୍ଷ ଉଭୟ ଖରିଫ ଓ ରବି ଋତୁରେ 93 ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି ସରକାର | ସରକାରଙ୍କୁ ଧାନ ବିକିବାକୁ 19.68 ଲକ୍ଷ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି | ରାଜ୍ୟରେ 3 ହଜାର 134ଟି ସେବା ସମବାୟ ସମିତି ଓ ଲ୍ୟାମ୍ପସ୍ ଧାନ ସଂଗ୍ରହରେ ସାମିଲ ହେବେ।୧୪୧୯ କଷ୍ଟମ୍ ମିଲର ଧାନ ସଂଗ୍ରହ କରିବେ।