ୟୁକ୍ରେନକୁ ଶକ୍ତ ଝଟ୍‌କା ଦେଲା ରୁଷ୍, ଇରାନ୍ ଯୁଦ୍ଧ ମଧ୍ୟରେ ୧୭୦ ଡ୍ରୋନ୍ ଧ୍ବଂସ କଲା ମସ୍କୋ

NEWS7
isro-tension-increased-100th-mission-suffered-a-major-setback

ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧର ତୀବ୍ରତା ପୁଣି ବଢ଼ିଛି । ରୁଷକୁ ଜୋରଦାର ଟାର୍ଗେଟ୍ କରିବାକୁ ୟୁକ୍ରେନ୍ ଯୋଜନା କରିଥିଲା । କିନ୍ତୁ କିଭର ଯୋଜନାକୁ ପଣ୍ଡ କରିଛି ମସ୍କୋ । ୟୁକ୍ରେନର ୧୭୦ଟି ଡ୍ରୋନକୁ ଖସାଇ ଦେଇଛି ରୁଷର ଏୟାର ଡିଫେନ୍ସ ସିଷ୍ଟମ । ସେଥିମଧ୍ୟରୁ ୨୭ଟି ଡ୍ରୋନ୍ ମସ୍କୋ ଆଡ଼କୁ ଯାଉଥିଲା । ଏନେଇ ରବିବାର ସ୍ପଷ୍ଟ କରିଛନ୍ତି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ।

ୟୁକ୍ରେନ ପକ୍ଷରୁ ଡ୍ରୋନ୍ ଆକ୍ରମଣ ହେବା ପରେ ରୁଷ୍ ନିଜର ଆକାଶ ସୀମା ଅସ୍ଥାୟୀ ରୁପରେ ବନ୍ଦ କରି ଦେଇଛି । ମସ୍କୋର ନୁକୋଭୋ ଏୟାରପୋର୍ଟ ଏବଂ କାଲୁଗା ବିମାନବନ୍ଦରରେ ଉଡ଼ାଣ ବାତିଲ କରାଯାଇଛି । ତେବେ ବିମାନ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାରି ମଧ୍ୟରେ, ରୁଷ ସେନା ୟୁକ୍ରେନର ଶକ୍ତି ଏବଂ ପରିବହନ ଭିତ୍ତିଭୂମିକୁ ନିୟନ୍ତ୍ରଣରେ ନେଇଛି । ଏହି ଭିତ୍ତିଭୂମିକୁ ୟୁକ୍ରେନ୍ ସେନା ବ୍ୟବହାର କରୁଥିଲା ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଶନିବାର ରୁଷ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ରୁଷ୍ ୟୁକ୍ରେନ ଉପରେ ପ୍ରାୟ ୪୩୦ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରିଥିଲା । ଏହି ସମୟରେ ସେ, ଏୟାର ଡିଫେନ୍ସ ସିଷ୍ଟମର ଗୁରୁତ୍ବ ଉପରେ କହିଛନ୍ତି । ଏହାକୁ ସେ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ବୋଲି ଦାବି କରିଛନ୍ତି । ସେହିଭଳି ରୁଷ ମୋଟ ୬୮ଟି ମିସାଇଲ୍ ମାଡ଼ କରିଥିଲା । ସେଥିମଧ୍ୟରୁ ୫୮ଟି ମିସାଇଲ୍କୁ ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖସାଇ ଦେଇଥିଲା ବୋଲି ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ଜେଲେନସ୍କି ।

ପୋଷ୍ଟରେ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଏପରି ଆକ୍ରମଣ ବାୟୁ ପ୍ରତିରକ୍ଷାର ଗୁରୁତ୍ୱକୁ ମନେ ପକାଏ । ରୁଷିଆ ଆକ୍ରମଣର ପ୍ରତ୍ୟେକ ରାତି ଆମର ସମସ୍ତ ସହଯୋଗୀଙ୍କୁ ମନେ ପକାଏ ଯେ, ବାୟୁ ପ୍ରତିରକ୍ଷା ଏକ ଦୈନନ୍ଦିନ ଆବଶ୍ୟକତା। ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆମର ଚୁକ୍ତିନାମା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି ଦିଗକୁ ଶତ ପ୍ରତିଶତ ଧ୍ୟାନ ଦେବା ଆବଶ୍ୟକ। ରୁଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ଉପଯୋଗ କରି ୟୁରୋପରେ, ୟୁକ୍ରେନରେ ଆହୁରି ଅଧିକ ଧ୍ୱଂସ ଘଟାଇବାକୁ ଚେଷ୍ଟା କରିବ। ଏହି କାରଣରୁ ଆମକୁ ବିପଦର ପ୍ରକୃତ ସ୍ତର ବିଷୟରେ ସମ୍ପୂର୍ଣ୍ଣ ସଚେତନ ରହିବାକୁ ପଡିବ । ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପଡିବ ବୋଲି ଜେଲେନସ୍କି କହିଛନ୍ତି ।