LIVE TV

ରେଡ୍‌ରେ ୧୫୦ କେଜିରୁ ଅଧିକ ଗଞ୍ଜେଇ ଜବତ, ବାହାର ରାଜ୍ୟକୁ ଚାଲାଣ ହେଉଥିଲା

NEWS7
isro-launches-proba-3-mission-from-sriharikota-today-for-european-space

ବ୍ରହ୍ମପୁର: ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ ରେଡ୍‌ କରି ମାଡ଼ି ବସିଲା ଅବକାରୀ ଟିମ୍। ରେଡରୁ ୧୫୦ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳ ଜଣକୁ ଗିରଫ କରିଛି ଟିମ୍।  

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଟିମ୍। ଏହାପରେ ଖବର ମୁତାବକ ବ୍ରହ୍ମପୁର ନିକଟରେ ଚଢ଼ାଉ କରି ୧୫୦ କିଲୋ ଗଞ୍ଜେଇ ଜବତ ସହ ଜଣକୁ କରିଛି ଗିରଫ ଟିମ୍।

ତେବେ ଘଟଣାସ୍ଥଳରୁ ଦୁଇଜଣ ଫେରାର ମାରିଥିବାବେଳେ, ଗୋଟିଏ କାର୍, ଗୋଟିଏ ମୋଟରସାଇକେଲ, ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଅବକାରୀ ଗୁଇନ୍ଦା ଅଧିକାରୀ।