ଖାଦ୍ୟ ବଣ୍ଟନ ବେଳେ ଗାଜାରେ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ, ଚାଲିଗଲା ୨୪ ପାଲେଷ୍ଟିନୀୟଙ୍କ ଜୀବନ

Published By : Prameya-News7 Bureau | July 06, 2025 IST

ନୂଆଦିଲ୍ଲୀ ୦୬।୦୭; ଗାଜାରରେ ପୁଣି ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍ । ଏହି ହମଲାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଖାଦ୍ୟ ଖୋଜିବାକୁ ବାହାରକୁ ଯାଇଥିବା ୧୦ ପାଲେଷ୍ଟାଇନୀ ମଧ୍ୟ ପ୍ରାଣ ହରାଇଛନ୍ତି। ଗାଜାର ହସ୍ପିଟାଲ ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। 

GHF ସଂଗଠନ ଦାବି କରିଛି ଯେ ଏହି ଆକ୍ରମଣ ହମାସ ଦ୍ୱାରା କରାଯାଇଥିଲା। ହେଲେ ଏହି ବିଷୟରେ ଆଉ କୌଣସି ପ୍ରମାଣ ପ୍ରଦାନ କରିନାହିଁ। ଖାନ ୟୁନିସରେ ଥିବା ନାସେର ହସ୍ପିଟାଲ ଅନୁଯାୟୀ, ଇସ୍ରାଏଲୀ ଏୟାର ଷ୍ଟ୍ରାଇକ ଗାଜାର ଭୂମଧ୍ୟସାଗରୀୟ ଉପକୂଳର ଦକ୍ଷିଣ ପ୍ରାନ୍ତରେ ଥିବା ମୁୱାସି ଅଞ୍ଚଳର ତମ୍ବୁ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜଣେ ପାଲେଷ୍ଟାଇନୀ ଡାକ୍ତର ଏବଂ ତାଙ୍କ ତିନି ଜଣ ଶିଶୁଙ୍କ ସମେତ ସାତ ଜଣ ପ୍ରାଣ ହରାଇଛନ୍ତି। ଦକ୍ଷିଣ ଗାଜାର ବାନି ସୁହେଇଲା ସହରରେ ଚାରି ଜଣ ଏବଂ ଖାନ ୟୁନିସରେ ତିନୋଟି ପୃଥକ ଆକ୍ରମଣରେ ତିନି ଜଣ ପ୍ରାଣ ହରାଇଛନ୍ତି। 

ଯୁଦ୍ଧବିରତି ଉପରେ ଆଲୋଚନା

ମିଡିଆ ରିପୋର୍ଟ ଅନୁଯାୟୀ, ହମାସ ୬୦ ଦିନିଆ ଯୁଦ୍ଧବିରତି ଯୋଜନା ପ୍ରତି ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ହମାସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସେମାନେ ତୁରନ୍ତ ଆଲୋଚନା ପାଇଁ ପ୍ରସ୍ତୁତ। ତଥାପି, ଏହି ସମୟ ମଧ୍ୟରେ, ଇସ୍ରାଏଲ ନୀତିଗତ ଭାବରେ ଆମେରିକା ଦ୍ୱାରା ପ୍ରସ୍ତାବିତ ଯୋଜନାକୁ ଗ୍ରହଣ କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.