ନୂଆଦିଲ୍ଲୀ ୧୧/୦୮: ଥମୁନି ଗାଜାରେ ଇସ୍ରାଏଲ ହମଲା । ରବିବାର ଆକ୍ରମଣରେ ପାଞ୍ଚ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ କାତାରର ମିଡିଆ ହାଉସ୍ ଅଲ ଜାଜିରାର ଅନସ ଅଲ-ଶରିଫ ମଧ୍ୟ ଥିଲେ । ଗାଜାର ଅଲ-ଶିଫା ହସ୍ପିଟାଲ ନିକଟରେ ସାମ୍ବାଦିକଙ୍କ ପାଇଁ ନିର୍ମିତ ଏକ ତମ୍ବୁ ଉପରେ ଇସ୍ରାଏଲୀ ଆକ୍ରମଣରେ ଏମାନେ ପ୍ରାଣ ହରାଇଥିଲେ।
ସମ୍ବାଦ ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ, ରବିବାର (ଅଗଷ୍ଟ ୧୦, ୨୦୨୫) ବିଳମ୍ବିତ ରାତିରେ ଗାଜା ସହରର ଅଲ-ଶିଫା ହସ୍ପିଟାଲର ମୁଖ୍ୟ ଫାଟକ ବାହାରେ ଥିବା ଏକ ତମ୍ବୁ ଉପରେ ହମଲା କରିଥିଲା । ଫଳରେ ଆକ୍ରମଣରେ ୭ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଅଲ ଜଜିରା ପ୍ରତିନିଧି ମହମ୍ମଦ କରେଇକେହ ଓ କ୍ୟାମେରାମ୍ୟାନ୍ ଇବ୍ରାହିମ୍ ଜାହିର, ମହମ୍ମଦ ନୌଫାଲ ଏବଂ ମୋଆମିନ୍ ଅଲିୱା ଅନ୍ତର୍ଭୁକ୍ତ।
ଆକ୍ରମଣ ଉପରେ ଅଲ ଜଜିରା ମତ?
ଇସ୍ରାଏଲୀ ଆକ୍ରମଣ ସମ୍ପର୍କରେ, ଅଲ ଜଜିରାର ଅନାସ ଅଲ-ଶରିଫ ତାଙ୍କ ଶେଷ ପୋଷ୍ଟରେ ଲେଖିଛନ୍ତି । ଯଦି ମୋର ଏହି କଥା ତୁମ ପାଖରେ ପହଞ୍ଚେ, ତେବେ ଜାଣ ଯେ ଇସ୍ରାଏଲ ମୋତେ ହତ୍ୟା କରିବାରେ ଓ ମୋ ସ୍ୱରକୁ ଦମନ କରିବାରେ ସଫଳ ହୋଇଛି । କିନ୍ତୁ ଗାଜାକୁ ଭୁଲିଯାଅ ନାହିଁ । ଅଲ ଜଜିରା କହିଛି ଯେ ଗାଜା ସହରରେ ଇସ୍ରାଏଲୀ ସେନାର ଆକ୍ରମଣରେ ଏହାର ୪ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି।
ଅନାସ ଅଲ-ଶରିଫଙ୍କୁ ଆତଙ୍କବାଦୀ କହିଲା IDF:
ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) ଅନାସଙ୍କୁ ଆତଙ୍କବାଦୀ ବୋଲି କହିଛି। ଇସ୍ରାଏଲୀ ସେନା ଦ୍ୱାରା କରାଯାଇଥିବା ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ହମାସ ଆତଙ୍କବାଦୀ ଅନାସ ଅଲ-ଶରିଫ, ଯିଏ ନିଜକୁ ଅଲ ଜଜିରାର ସାମ୍ବାଦିକ ବୋଲି କହୁଥିଲେ। ଅଲ-ଶରିଫ ହମାସର ଏକ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟ ଥିଲେ ଏବଂ ଇସ୍ରାଏଲୀ ନାଗରିକ ଏବଂ IDF ସୈନିକଙ୍କ ଉପରେ ବୋମାମାଡ଼ କରିଥିଲେ।
IDF କହିଛି ଯେ ଗାଜାରୁ ଉଦ୍ଧାର ହୋଇଥିବା ଗୁପ୍ତ ସୂଚନା ଓ ଦଲିଲ, ଯେଉଁଥିରେ ତାଲିକା, ଆତଙ୍କବାଦୀ ତାଲିମ ତାଲିକା ଏବଂ ଦରମା ରେକର୍ଡ ଅନ୍ତର୍ଭୁକ୍ତ । ଯାହା ପ୍ରମାଣିତ କରେ ଯେ ଅନାସ ଅଲ-ଶରିଫ ଅଲ ଜାଜିରା ସହିତ ଜଡିତ ଜଣେ ହମାସ କର୍ମୀ ଥିଲେ ।