ଦିନ ଦ୍ବିପ୍ରହରରେ ପତ୍ନୀଙ୍କ ଲିଭଇନ୍ ପାର୍ଟନରଙ୍କୁ ହତ୍ୟା, ଗିରଫ ବେଳେ ଅଭିଯୁକ୍ତଙ୍କ ହାଇଭୋଲଡେଜ୍ ଡ୍ରାମା

NEWS7
israel-defence-force-target-south-gaza-call-to-people-go-away-outside-of-city

ନୂଆଦିଲ୍ଲୀ: ଦିନ ଦ୍ବିପ୍ରହରରେ ପତ୍ନୀଙ୍କ ଲିଭଇନ୍ ପାର୍ଟନରଙ୍କୁ କରିଥିଲା ହତ୍ୟା... ପୁଣି ହତ୍ୟା ପରେ ସୋସିଆଲ ମିଡିଆରେ ପୋଲିସକୁ ଚାଲେଞ୍ଜ... ଆଉ ଗିରଫ କରିବାକୁ ଆସିଥିବା ପୋଲିସକୁ ବି ପିସ୍ତଲ ଦେଖାଇ ଧମକ... ଉତ୍ତର ପ୍ରଦେଶ ମେରଠ ବହସୁମାରେ ଘଟିଥିବା ସୁନୀଲ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପକୁ ଗିରଫ କରିବାକୁ ହେବାକୁ ପଡ଼ିଛି ନାକେଦମ।

ସୂଚନାଥାଉକି, ବହସୂମାରେ ବୁଧବାର ପ୍ରେମ ବ୍ୟାପାର ଏବଂ ପୁରୁଣା ଶତ୍ରୁତା ଯୋଗୁ ସୁନୀଲ ଓରଫ ଗାବାଙ୍କୁ ବିଚ୍ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ହତ୍ୟା କରିଥିଲା ପ୍ରଦୀପ। ସୁନୀଲ ବାଇକରେ ଯାଉଥିବାବେଳେ ପ୍ରଦୀପ ତାଙ୍କୁ ଗୁଳି ମାରିଥିଲା। ସିସିଟିଭି ଫୁଟେଜରେ ମଧ୍ୟ ଏହାର ରେକର୍ଡ ହୋଇଛି।

ହତ୍ୟା ପରେ ଅଭିଯୁକ୍ତ ପ୍ରଦୀପ ସୋସିଆଲ ମିଡିଆରେ ‘ମୌତ କା ଖୌଫ୍ ୩୦୨’ ଆଇଡିରୁ ୪ ମିନିଟ୍ର ଭିଡିଓ ଭାଇରାଲ କରିଥିଲେ। ଭିଡିଓରେ ସେ ହତ୍ୟା ପାଇଁ ନିଜକୁ ଦାୟୀ କରିବା ସହ ତାଙ୍କ ପତ୍ନୀଙ୍କ ସହ ଫେରାର ହୋଇଯାଇଥିବାରୁ ପ୍ରତିଶୋଧ ନେଇଥିବା କହିଛି ପ୍ରଦୀପ। ଅଭିଯୁକ୍ତ ହତ୍ୟାକାରୀ ସହ ପୋଲିସ ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇଥିଲେ ଏବଂ ନିଜ ପତ୍ନୀଙ୍କୁ ମଧ୍ୟ ଜୀବନରୁ ମାରିବାକୁ ହତ୍ୟା ଧମକ ଦେଇଥିଲେ। ଯାହା ପରେ ପୋଲିସ ମାମଲା ରୁଜୁ କରି ତାଙ୍କ ଖୋଜ ଆରମ୍ଭ କରିଥିଲା।

ଆଉ ଶେଷରେ ଗୁରୁବାର ପ୍ରଦୀପକୁ ଧରିବାକୁ ପୋଲିସ ପହଞ୍ଚିଥିଲା ଗାଁରେ। ତେବେ ତାକୁ ଧରିବା ବେଳର ଦୃଶ୍ୟ କୌଣସି ଫିଲ୍ମ ଭଳିଥିଲା। କାରଣ ଗିରଫ ସମୟରେ ଅଭିଯୁକ୍ତ ହାତରେ ଏକ ଦେଶୀ ପିସ୍ତଲ ଧରି ହାଇଭୋଲଟେଜ ଡ୍ରାମା କରିଥିଲା। ପ୍ରଦୀପ ହାତରେ ପିସ୍ତଲ ଧରି କେବଳ ଯେ, ନିଜକୁ ଦାୟୀ କରିନଥିଲା ବରଂ ପୋଲିସ ଛାତିରେ ପିସ୍ତଲ ଲଗାଇ ଧମକ ଦେଇଥିଲା ।

ପୋଲିସର ସୂଚନା ଅନୁସାରେ, ପ୍ରତିଶୋଧର ଜ୍ବାଳାରେ ଜଳୁଥିଲା। ଅଭିଯୁକ୍ତ କହିଛି ଯେ, ତାଙ୍କ ପତ୍ନୀଙ୍କୁ ନେଇଯିବା ପରିଣାମ କେବଳ ମୃତ୍ୟୁ। ଏମିତିରେ ପୋଲିସ ଅଭିଯୁକ୍ତକୁ କାବୁ କରିବାକୁ ବେଶ୍ କଷ୍ଟ କରିବାକୁ ପଡ଼ିଥିଲା। ଅଭିଯୁକ୍ତ ଆହୁରି ମଧ୍ୟ ଚେତାବନୀ ଦେଇଥିଲା ଯେ, ଯଦି ତାଙ୍କ ପରିବାରକୁ କିଛି ହୁଏ । ତେବେ ସେ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିବେ। ଗିରଫ ହେବା ପୂର୍ବରୁ ଅଭିଯୁକ୍ତ ପୋଲିସଙ୍କ ସାମନାରେ ବିଡ଼ି ପିଉଥିବା ନଜର ଆସିଥିଲେ।