ଦିଗପହଣ୍ଡି ଅଞ୍ଚଳରେ ହାତୀ ଉପଦ୍ରବ, ରାତିରେ ପଶି ଦଳି ଚାଲିଗଲେ ଫସଲ

NEWS7
irfan-pathans-prediction-the-final-match-between-india-and-south-africa

ଗଞ୍ଜମ ୧୬/୧୨: ଗଞ୍ଜାମ ଦିଗପହଣ୍ଡିରେ ହାତୀ ଉପଦ୍ରବ । ବିଳମ୍ୱିତ ରାତିରେ ପଶିଲେ, ନଷ୍ଟ କଲେ ଧାନ ଫସଲ । ଚାଷୀର ଚିନ୍ତା ବଢିଲା । ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ତ ସାହସପୁର ବିଟ ନିକଟସ୍ଥ ପଳାସପୁର ଇନ୍ଦିରାବାସରେ ଗଜରାଜ ଆତଙ୍କ ଦେଖିବାକୁ ମିଳିଛି । ତେବେ ହାତୀ ଉପଦ୍ରବ ଯୋଗୁଁ ଚାଷୀ ଚିନ୍ତାରେ ।

ଦିଗପହଣ୍ଡି ବନାଞ୍ଚଳ ସାହସପୁର ବିଟ ନିକଟସ୍ଥ ପଳାସପୁର ଇନ୍ଦିରାବାସ ଠାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ରାତିରେ ଆସି ବହୁ କଦଳୀ ଗଛ, ଆମ୍ବ ଗଛ, ପଣସ ଗଛ ଓ ଧାନ ଗଦା ଖାଇ କରି ନଷ୍ଟ କରିଛନ୍ତି ହାତୀପଲ । ସୋମବାର ରାତିରେ ଆସି ହାତୀପଲ ବହୁ କଦଳୀ ଗଛ, ଆମ୍ବ ଗଛ, ପଣସ ଗଛ ଓ ଧାନ ଗଦା ଖାଇ କରି ନଷ୍ଟ କରିଛନ୍ତି । ନିକଟରେ ଥିବା ଚାଷୀଙ୍କ ପାୱାର ଟିଲର, ପାଣି ପମ୍ପ ଓ ବିଛାଯାଇଥିବା ପାଇପକୁ କଚାଡି ନଷ୍ଟ କରିଛି ହାତୀ ପଲ । ଘଟଣା ସ୍ଥଳରେ ବନାଞ୍ଚଳ ଅଧିକାରୀ ମାନେ ଆସି ପହଞ୍ଚିଛି ସ୍ଥିତି ଅନୁଧ୍ୟାନ କରିଛନ୍ତି ।