ଯୁଦ୍ଧ ମଧ୍ୟରେ ଇରାନର ବଡ଼ ପଦକ୍ଷେପ , ସଂସଦରେ ପାସ୍‌ ହୋଇଗଲା ହୋର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିବା ପ୍ରସ୍ତାବ

Published By : Prameya-News7 Bureau | June 22, 2025 IST

ନୂଆଦିଲ୍ଲୀ – ଇସ୍ରାଏଲ ସହ ଯୁଦ୍ଧ ଓ ଆମେରିକାର ହମଲା ମଧ୍ୟରେ ଇରାନ ବଡ଼ ପଦକ୍ଷେପ ଉଠାଇ ପାରେ। ମିଡ଼ିଆ ରିପୋର୍ଟ ମୁତାବିକ ଇରାନର ସଂସଦରେ ହୋର୍ମୁଜ ପ୍ରାଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତଥାପି , ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନ୍ସିଲ ନେବ। ଏହାକୁ ନେଇ ରବିବାର ଭୋଟିଂ କରାଯାଇ ଥିଲା। ଏହି ଜଳମାର୍ଗରେ ସାରା ବିଶ୍ୱର ପାଖାପାଖି ୨୬ ପ୍ରତିଶତ ତୈଳ ବ୍ୟବସାୟ ହୋଇଥାଏ। ଯଦି ଇରାନ ଏହି ନିଷ୍ପତ୍ତିକୁ ଲାଗୁ କରିଦିଏ ତ ପୂରା ଦୁନିଆରେ ତେହଲକା ସୃଷ୍ଟି ହେବ। ଆମେରିକା ଓ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। 

କହି ରଖୁଛୁ କି ହୋର୍ମୁଜ ପ୍ରଣାଳୀ ପାରସ୍ୟର ଉପସାଗରକୁ ଆରବ ସାଗର ଓ ଭାରତ ମହାସାଗର ସହିତ ସଂଯୋଗ କରେ। ଏହା ପାଖାପାଖି ୩୩ କିଲୋମିଟର ଚଉଡ଼ା ରାସ୍ତା , ଯାହା ଉପରେ ଇରାନର ଅଧିକାର ଅଛି। ଏହି ଜଳମାର୍ଗରେ ଶିପିଂ ଲେନ୍‌ ପାଖାପାଖି ୩ କିଲୋମିଟର ହିଁ ଚଉଡ଼ା। ଏଥିରେ ଏହି ରାସ୍ତା ବିଶ୍ୱ ପାଇଁ ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଯାଏ। ଉପସାଗରୀୟ ଦେଶଗୁଡ଼ିକର ଅଧିକାଂଶ ତୈଳ ଯୋଗାଣ ଏହି ରାସ୍ତା ଦେଇ ହୋଇଥାଏ। 

ସାଂସଦ ଓ ରିଭୋଲୁସନରୀ ଗାର୍ଡ କମାଣ୍ଡର ଇସ୍ମାଇଲ କୋସାରୀ କହିଛନ୍ତି ଯେ, ପ୍ରଣାଳୀକୁ ବନ୍ଦ କରିବା ଆମର ଏଜେଣ୍ଡାରେ ସାମିଲ ଅଛି। ଆବଶ୍ୟକ ପଡ଼ିଲେ ଏହାକ ବନ୍ଦ କରି ଦିଆ ଯିବ। ଇରାନର ନ୍ୟାସନାଲ ସିକ୍ୟୁରିଟି କାଉନ୍ସିଲ ମଧ୍ୟ ଯଦି ହୋର୍ମୁଜ ଷ୍ଟ୍ରେଟ୍‌କୁ ବନ୍ଦ କରିବାର ନିଷ୍ପତ୍ତିକୁ ଅନୁମୋଦନ ଦେଇ ଦିଏ ତ ପୂରା ବିଶ୍ୱରେ ଆତଙ୍କ ଖେଳିବା ସୁନିଶ୍ଚିତ। ଇରାନୀ ସାଂସଦ ୟାଜଦିଖାହ ପୂର୍ବରୁ କହିଦେଇ ଥିଲେ ଯଦି ଏହି ଯୁଦ୍ଧରେ ଇସ୍ରାଏଲ ସହ ଆମେରିକା ମଧ୍ୟ ସାମିଲ ହୋଇଯାଏ ତ ହୋର୍ମୁଜକୁ ବନ୍ଦ କରିଦିଆ ଯାଇପାରେ। 

ହୋର୍ମୁଜକୁ ବନ୍ଦ  କରିବା ଏକ ବିଶ୍ୱସ୍ତରୀୟ ସଙ୍କଟକୁ ଆମନ୍ତ୍ରଣ ଦେବାକୁ ହେବ। ଏହି ଶିପିଂ ରୁଟ୍‌ ପାଖାପାଖି ୯୬ ମାଇଲ୍‌ ଲମ୍ୱା। ଇରାନ ଯଦି ଏମିତି ପଦକ୍ଷେପ ଉଠାଇ ଥାଏ ତ ଅଶୋଧିତ ତୈଳର ଦାମ୍‌ରେ ବୃଦ୍ଧି ହେବ। ଏହାପରେ ପେଟ୍ରୋଲ ଡିଜେଲର ଦାମ୍‌ ବଢିବ ଏବଂ ପୁଣି ଦୁନିଆର ଏକ ବଡ଼ ଅଂଶ ମୁଦ୍ରାସ୍ଫୀତିରେ ଜର୍ଜରିତ ହେବ। ଏହି ରାସ୍ତା ବନ୍ଦ ହେଲେ , ଜାହାଜ ଗୁଡ଼ିକୁ ନିଜ ରାସ୍ତା ବଦଳାଇବାକୁ ପଡ଼ିବ। ଏଥିରେ ଡେଲିଭରୀ ଟାଇମ୍‌ ଓ ପେମେଣ୍ଟ ଉଭୟ ବଢିଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.