କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ରାଜି ହେଉ ନାହାନ୍ତି IPS, ଖାଲିପଡିଛି ୨୧୨ ପଦବୀ

Published By : Prameya-News7 Bureau | June 30, 2025 IST

ନୂଆଦିଲ୍ଲୀ ୩୦।୬: କେନ୍ଦ୍ରକୁ ବିଭିନ୍ନ ରାଜ୍ୟରୁ ଡେପୁଟେସନରେ ଆସୁଥିବା ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କ ସ୍ୱୀକୃତ ପଦବୀ ଏପର୍ଯ୍ୟନ୍ତ ୧୦୦% ପୂରଣ ହୋଇ ନାହିଁ। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ, ପୋଲିସ ସଙ୍ଗଠନ ଓ ସିଏପିଏଫରେ ଅନେକ ଡିଆଇଜି ଓ ଏସପି ପଦବୀ ଖାଲି ପଡିଛି। ଜୁନ ୨୦୨୫ ରିପୋର୍ଟ ଅନୁସାରେ କେନ୍ଦ୍ରରେ ଆଇପିଏସ୍ ଡେପୁଟେସନ ନିମନ୍ତେ ୬୭୮ଟି ସ୍ୱୀକୃତ ପଦବୀ ରହିଛି। ଏଥିରୁ ୨୧୨ଟି ପଦବୀ ଖାଲି ପଡିଛି। 

ଏଥିରୁ ୨୫୪ଟି ଡିଆଇଜି ପଦବୀ ଥିବା ବେଳେ ୬୩ଟି ରିକ୍ତ ଥିବା ଦେଖାଯାଇଛି। ସେହିପରି ଏସପିଙ୍କ ୨୨୧ଟି ସ୍ୱୀକୃତି ପଦବୀ ରହିଛି। ଏଥିରୁ ୧୨୩ଟି ଖାଲି ପଡିଛି। ଇଣ୍ଟେଲିଜେନ୍ସୀ ବ୍ୟୁରେ (ଆଇବି)ରେ ଏସପି ରାଙ୍କର ୮୩ଟି ପଦବୀ ଥିବା ବେଳେ ୫୧ଟି ପୋଷ୍ଟ ଖାଲି ପଡିଛି। ସେହିପରି ଏଥିରେ ୬୩ଟି  ଡିଆଇଜି ପଦବୀ ସ୍ୱୀକୃତ ଥିବା ବେଳେ ଏଥିରୁ ୩୭ଟି ପଦବୀ ଖାଲି ରହିଛି। ୨୩ ଜୁନ ୨୦୨୫ ରିପୋର୍ଟ ଅନୁସାରେ କେନ୍ଦ୍ରରେ ୧୫ଟି ଡେପୁଟେସନ  ଡିଜି ପଦବୀ ରହିଛି। ଏହି ସବୁ ପଦ ପୂରଣ ହୋଇଛି। ସେହିପରି ଏସଡିଜିର ୧୨ଟି ପଦବୀ ମଧ୍ୟ ପୁରା ରହିଛି। ତେବେ ୧୫୦ଟି ଡେପୁଟେସନ ଆଇଜି ପଦବୀ ଥିବା ବେଳେ ଏଥିରୁ ୨୪ଟି ଖାଲି ପଡିଛି। 

ସେହିପରି ଡେପୁଟେସନରେ ୨୫୪ଟି ଡିଆଇଜି ପଦବୀଥିବା ବେଳେ ୬୩ଟି ଖାଲି ପଡିଛି। ଏଥିରେ ସିବିଆଇରେ ୭୩ଟି ଡେପୁଟେସନ ଆଇପିଏସ ଏସପି ପଦବୀ ଥିବା ବେଳେ ୫୫ଟି ଖାଲି ରହିଛି। ଚଳିତବର୍ଷ ଫେବୃଆରୀ ପ୍ରଥମ ସପ୍ତାହ ରିପୋର୍ଟ ଅନୁସାରେ କେନ୍ଦ୍ର ଡେପୁଟେସନରେ ୧୫ଡି ଡିଜିପି ପଦବୀ ଥିଲା। ସବୁ ପଦବୀ ପୁରାକୁ ପୁରା ରହିଛି। ଏସଡିଜିର ୧୨ଟି ପଦବୀରୁ ଗୋଟିଏ ବି ଖାଲି ନଥିଲା। ଏଡିଜି ସ୍ତରରେ ୨୫ଟି ପଦବୀରୁ କେବଳ ଗୋଟିଏ ଖାଲିଥିଲା। ଆଇଜିର ୧୪୯ଟି ପଦବୀରୁ ୨୭ ପଦ ଖାଲିଥିଲା।          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.