ଆଇପିଏଲ୍ ୨୦୨୫ରେ ଖରାପ ପ୍ରଦର୍ଶନ କରିଥିବା ଦଳ ଗଠନ, ଜାଣନ୍ତୁ କେଉଁ ୧୧ ଜଣଙ୍କୁ ମିଳିଲା ସ୍ଥାନ

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ସଂପ୍ରତି ପ୍ଲେ ଅଫ୍ ପାଇଁ ଘମାଘୋଟ ଲଢେଇ ଚାଲିଛି। ତେବେ ଚଳିତ ସିଜିନରେ ଅନେକ ଷ୍ଟାର କ୍ରିକେଟର ନିଜର ଖ୍ୟାତି ଅନୁସାରେ ଅନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ସେମାନଙ୍କ ଉପରେ ଫ୍ରାଞ୍ଚାଇଜ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି। ଯଦି ଖରାପ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ଚୂଡ଼ାନ୍ତ ଏକାଦଶ ଚୟନ କରାଯିବ ତେବେ ଦଳର ସ୍ଵରୂପ କେମିତି ହେବ ? ଏହି ଦଳର ନେତୃତ୍ଵ କିଏ ନେବ ? ଇମ୍ପାକ୍ଟ ପ୍ଲେୟାର ଭାବେ କାହାକୁ ସ୍ଥାନ ମିଳିବ ? ସିଜିନରେ ଫ୍ଲପ୍ ମାରିଥିବା ଖେଳାଳିଙ୍କୁ ନେଇ ଏକ ଦଳ ଚୟନ କରାଯାଇଛି। ଏଥିରେ ଅଧିନାୟକ ଦାୟିତ୍ଵ ଋଷଭ ପନ୍ତଙ୍କୁ ଦିଆଯାଇଛି। ଏହି ଟିମ୍ ଆଇସଲ୍ୟାଣ୍ଡ କ୍ରିକେଟ୍ ଚୟନ କରିଛି।

Also read: IPL ଷ୍ଟାର ବୈଭବ ସୂର୍ଯ୍ୟବଂଶୀ ଛାଡିବେ ଜନ୍ମସ୍ଥାନ, କେଉଁଠୁ ମିଳିଲା ଅଫର

ଆଇସଲ୍ୟାଣ୍ଡ କ୍ରିକେଟ୍ ୧୨ ଜଣିଆ ଦଲ ଚୟନ କରିଛି। ଏଥିରେ ଅଧିନାୟକ ଚୟନ କରାଯାଇଥିବା ବେଳେ ଉପ ଅଧିନାୟକ ଚୟନ କରାଯାଇନି। ଆଇସଲ୍ୟାଣ୍ଡ କ୍ରିକେଟ୍ ଚୟନ କରିଥିବା ଦଳରେ ଆଇପିଏଲ୍ ୨୦୨୫ରେ ଖରାପ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ସ୍ଥାନ ଦେଇଛି। ୧୨ ଜଣିଆ ଖେଳାଳିଙ୍କ ଏହି ଦଳରେ ୫ ଖେଳାଳି ଏକାକୀ ଚେନ୍ନାଇ ସୁପର କିଙ୍ଗ୍ସର।ସନରାଇଜର୍ସ ହାଇଦ୍ରାବାଦର ୨ ଖେଳାଳି, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ, ଆରସିବି, କେକେଆର ଓ ଏଲଏସଜିରୁ ଜଣେ ଲେଖାଏଁ ଖେଳାଳିଙ୍କୁ ଚୟନ କରାଯାଇଛି। 

ଆଇପିଏଲ୍ ୨୦୨୫ରେ ଫ୍ଲପ ଖେଳାଳିଙ୍କ ୧୨ ଜଣିଆ ଦଳ

ରାହୁଲ ତ୍ରିପାଠୀ, ରଚିନ ରବୀନ୍ଦ୍ର, ଇଶାନ କିଶନ, ଋଷଭ ପନ୍ତତ(ଅଧିନାୟକ ଓ ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଗ୍ଲେନ ମ୍ୟାକ୍ସଓ୍ଵେଲ, ଏଲ ଭିଭିଙ୍ଗଷ୍ଟୋନ, ଦୀପକ ହୁଡ୍ଡା, ଆର ଅଶ୍ଵିନ, ଏମ ପଥିରାନା, ମହମ୍ମଦ ଶାମି, ନୋ ଇମ୍ପାକ୍ଟ ପ୍ଲେୟାର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.