LIVE TV
LIVE TV

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

NEWS7
ipl-2025-reschedule-kkr-vs-lsg-match-shifted-kolkata-to-guwahati-due-to-ramnavami-kolkata

ପୁରୀ ୦୩।୧୨ : ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି । ଏଥିପାଇଁ ଶ୍ରୀମନ୍ଦିରରେ ପାଞ୍ଚ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୫ ଟା ଠାରୁ ରାତି ୧୦ ଟା ଯାଏଁ ବନ୍ଦ ରହିବ ଦର୍ଶନ। ଦତ୍ତ ମହାପାତ୍ର ସେବକମାନେ ଏହି ଗୁପ୍ତ ସେବା କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଦିଆଯାଇଛି ସୂଚନା।