IPL 2026 Auction: ମାତ୍ର ୭ କୋଟି ଟଙ୍କାରେ ବିକ୍ରି ହେଲେ ଭେଙ୍କଟେଶ ଆୟର, ମିଳିଲା ୭୦ ପ୍ରତିଶତ କମ୍ ପ୍ରାଇସ୍‌

NEWS7
ipl-2025-pbks-dc-players-reached-delhi-from-dharamshala

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଲାଗି ଅକ୍ସନ ଜାରି ରହିଛି । ଡେଭିଡ କ୍ୟାମେରନଙ୍କୁ ସର୍ବାଧିକ ୨୫.୨୦ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ (କେକେଆର) କିଣିଛି । ସେପଟେ ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ୍ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ କେକେଆର ତାଙ୍କ ପାଇଁ ନିଲାମୀରେ ବିଡ୍ କରିଥିଲା, କିନ୍ତୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଡ୍ ଜିତିଥିଲା। ଗତବର୍ଷ କେକେଆର ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟି ଟଙ୍କାରେ କିଣିଥିଲା । ଏଥର ଭେଙ୍କଟେଶଙ୍କୁ ୧୦ କୋଟି ଟଙ୍କା ମଧ୍ୟ କମ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଭେଙ୍କଟେଶ ଆୟରଙ୍କୁ ୭ କୋଟିରେ କିଣିଛି। ଆୟର ତାଙ୍କ IPL ଡେବ୍ୟୁ ପରଠାରୁ KKR ସହିତ ଥିଲେ, କିନ୍ତୁ ଏବେ ବିରାଟ କୋହଲିଙ୍କ ସହ ଡ୍ରେସିଂ ରୁମ୍ ସେୟାର କରିବେ । ଆୟରଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା । ଗତବର୍ଷ ତୁଳନାରେ ଭେଙ୍କଟେଶ ଆୟର ୧୬.୭୫ କୋଟି ଟଙ୍କା କମ୍ ପାଇବେ ।

 

ଭେଙ୍କଟେଶ ଆୟର ୨୦୨୧ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଆଇପିଏଲରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ କେକେଆର ପକ୍ଷରୁ ଖେଳିଆସିଛନ୍ତି । ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ, ସେ କେକେଆର ପାଇଁ ୬୨ଟି ମ୍ୟାଚ୍ ଖେଳି ୨୯.୯୫ ହାରରେ ୧୪୬୮ ରନ୍ କରିଥିଲେ। ସେ ଆଇପିଏଲରେ ଗୋଟିଏ ଶତକ ଏବଂ ୧୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ନାମରେ ତିନୋଟି ୱିକେଟ ମଧ୍ୟ ଅଛି । କିନ୍ତୁ ଏଥର ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳିବେ। ଆଇପିଏଲ ୨୦୨୫ରେ ଭେଙ୍କଟେଶ KKR ପାଇଁ ୧୧ ମ୍ୟାଚରେ ୭ ଇନିଂସରେ ୧୪୨ ରନ କରିଥିଲେ । ତାଙ୍କର ଫର୍ମ ଖରାପ ଥିଲା । ଫଳରେ ୨୦୨୫ରେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରି ପାରିଥିଲେ ଆୟର ।

ଆଇପିଏଲ ୨୦୨୬ ଅକ୍ସନରେ ଅଷ୍ଟ୍ରେଲୀୟ ବ୍ୟାଟର କ୍ୟାମେରନ୍ ଗ୍ରୀନ୍ ଏବେ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇ ତାଙ୍କ ଦେଶର ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗ୍ରୀନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୫.୨୦ କୋଟି ଟଙ୍କାରେ କ୍ରୟ କରିଛି । ତାଙ୍କର ବେସ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । IPL 2026 ନିଲାମୀରେ ବିକ୍ରି ହୋଇଥିବା ପ୍ରଥମ ଖେଳାଳି ଥିଲେ ଡେଭିଡ୍ ମିଲର । ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ଟଙ୍କାରେ କିଣିଛି । ଓ୍ବିନିନ୍ଦୋ ହସରଙ୍ଗାଙ୍କୁ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ୨ କୋଟି ଟଙ୍କାରେ ଏବଂ କ୍ୱିଣ୍ଟନ୍ ଡିକକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧ କୋଟି ଟଙ୍କା କୋଟିରେ କିଣିଛି ।