IPL 2025 ଆୟର ପାଟିଦାରଙ୍କୁ ମନେ ପକାଇ ଦେଲେ ପୁରୁଣା କ୍ଷତ, କହିଲେ...

Published By : Prameya-News7 Bureau | June 02, 2025 IST

ନୂଆଦିଲ୍ଲୀ: ଆସନ୍ତାକାଲି ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ପଞ୍ଜାବର ଅଧିନାୟକ ଶ୍ରେୟସ ଆୟର ଆରସିବିର ଅଧିନାୟକ ରଜତ ପାଟିଦାରଙ୍କ ପୁରୁଣା କ୍ଷତକୁ ମନେ ପକାଇ ଦେଇଛନ୍ତି। ପ୍ରକୃତରେ ଗତ ବର୍ଷ ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ଆୟରଙ୍କ ନେତୃତ୍ଵାଧୀନ ମୁମ୍ବାଇ ପାଟିଦାରଙ୍କ ନେତୃତ୍ଵାଧୀନ ମଧ୍ୟ ପ୍ରଦେଶକୁ ହରାଇ ଟ୍ରଫି ଜିତିଥିଲା। ଏବେ ଶ୍ରେୟସ ଆୟର ରଜତଙ୍କୁ କହିଛନ୍ତି ଯେ, ତାଙ୍କୁ ପୁଣି ଥରେ ଗତ ବର୍ଷର ଫିଲିଙ୍ଗ ଆସୁଛି। ଉଲ୍ଲେଖନୀୟ ଦୁଇ ଦଳ ଏ ପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ଜିତି ନାହାନ୍ତି। ଗୋଟିଏ ପଟେ ଆରସିବି ଫାଇନାଲ୍ ଜିତି ବିରାଟ କୋହଲିଙ୍କ ପାଇଁ ୧୮ତମ ସିଜିନ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ଆୟର ଏହି ଟାଇଟଲ୍ ଜିତି ଅନେକ ପ୍ରଶ୍ନର ଜବାବ ଦେବାକୁ ଚାହିଁବେ।

ଆୟର ଫାଇନାଲ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଚଳିତ ବର୍ଷ ରଜତ ପାଟିଦାରଙ୍କ ନେତୃତ୍ଵାଧୀନ ଆରସିବି ବିରୋଧରେ ଆଇପିଏଲ୍ ଫାଇନାଲ୍ ପୂର୍ବରୁ ସୈୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି ମନେ ପଡ଼ୁଛି।  ମୋତେ ପୁଣି ଥରେ ସୈୟଦ ମୁସ୍ତାକ ଅଲୀ ଟ୍ରଫି ହୃଦବୋଧ ହେଉଛି। ଯେବେ ମୁଁ ରଜତଙ୍କୁ ଭେଟିଲି ତାଙ୍କୁ କହିଲି, ମୁସ୍ତାକ ଅଲୀ ଫାଇନାଲ୍‌ର ପୁନରାବୃତ୍ତି ଘଟିବ। ଆୟରଙ୍କ ଅଧିନାୟକତ୍ଵରେ ମୁମ୍ବାଇ ପାଟିଦାରଙ୍କ ନେତୃତ୍ଵାଧୀନ ମଧ୍ୟ ପ୍ରଦେଶକୁ ହରାଇ ଚାମ୍ପିଅନ ହୋଇଥିଲା। ଏହି ସମୟରେ ଆୟର କହିଛନ୍ତି, ଦଳ ପାଇଁ ମ୍ୟାଚ୍ ଜିତିବା ସବୁଠୁ ଭଲ ଅନୁଭବ। ଚାପ ପରିସ୍ଥିତିରେ ମୁଁ ଏହାକୁ ନିଜର ସର୍ବଶ୍ରେଷ୍ଠ ଇନିଂସ କହିବି।

ମାତ୍ର ୪ ଘଣ୍ଟା ଶୋଇ ପାରିଲି

ଯେବେ ଆୟରଙ୍କୁ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନିଦ ବିଷୟରେ ପ୍ରଶ୍ନ କରାଗଲା, ସେ କହିଛନ୍ତି, ସେ ମାତ୍ର ଚାରି ଘଣ୍ଟା ଶୋଇ ପାରିଛନ୍ତି। ମ୍ୟାଚ୍ ରାତି ପ୍ରାୟ ୧ଟା ୪୦ରେ ସରିଲା। ଏହା ପରେ ମୁଁ ମୁସ୍କିଲରେ ଚାରି ଘଣ୍ଟା ଶୋଇ ପାରିଲି। ଏହା ପରେ ଫାଇନାଲ୍ ପାଇଁ ପ୍ରସ୍ତୁତି ଆରମ୍ଭ  ହୋଇଗଲା। ଏବେ ମୁଁ ସାମ୍ବାଦିକ ସମ୍ମିଳନୀ କରୁଛି। ମୁଁ ପରିସ୍ଥିତି ଅନୁସାରେ ଖେଳିବାକୁ ଉଦ୍ୟମ କରିଥାଏ। ଆଗକୁ ନେଇ ଅଧିକ କିଛି ଚିନ୍ତା କରେନି। ଯଦି ମୁଁ ଲକ୍ଷ୍ୟର ପିଛା କରୁଥାଏ ତେବେ ଜରୁରୀ ରନରେଟ୍‌ ଉପରେ ନଜର ରଖିଥାଏ। ପିଚ୍ କେମିତି ରହିଛି ଏବଂ କେଉଁ ବୋଲର ବୋଲିଂ କରିବାକୁ ଆସୁଛନ୍ତି। ଏହି ଆଧାରରେ ମୁଁ ରଣନୀତି ପ୍ରସ୍ତୁତ କରିଥାଏ ଏବଂ ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେଇ ଯିବାକୁ ଚେଷ୍ଟା କରିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.