ନୂଆଦିଲ୍ଲୀ ୦୯।୦୯: IPL ୨୦୨୫ । ଦେଖିବାକୁ ମିଳିପାରେ ଅନେକ ପରିବର୍ତ୍ତନ । ଖେଳର ନିୟମ ଠାରୁ ଆରମ୍ଭ କରି ଖେଳାଳି ପର୍ଯ୍ୟନ୍ତ ଅନେକ ଜିନିଷ ହୋଇପାରେ ପରିବର୍ତ୍ତନ । ଖାସ୍ କରି ଟିମ୍ କ୍ୟାପଟେନ୍ଙ୍କୁ ନେଇ ହବ ବଡ ପରିବର୍ତ୍ତନ । ଏପରି ୩ ପ୍ଲେୟର ଅଛନ୍ତି ଯେଉଁମାନଙ୍କ ଠାରୁ ଛଡାଇ ନିଆଯାଇପାରେ ଅଧିନାୟକ ପଦ ।
ଆଇପିଏଲ୍ ୨୦୨୫ର ମେଗା ଅକ୍ସନକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ଖାସ କରି ରିଟେନସନ ଏବଂ ରିଲିଜ ଖବର କ୍ରମାଗତ ଭାବେ ରହିଛି ଚର୍ଚ୍ଚାରେ । ଅନେକ ଟିମ୍ ନିଜ ଅଧିନାୟକ ବଦଳାଇବା ନେଇ ଚାଲିଛି କଳ୍ପନାଜଳ୍ପନା । ଏହି ପରିବର୍ତ୍ତନ ଟିମ୍ର ଗତ ସିଜିନ ପ୍ରଦର୍ଶନ ଏବଂ ଭବିଷ୍ୟତ ଯୋଜନା ଉପରେ ନିର୍ଭର କରିବ ।
ବର୍ତ୍ତମାନ କିଛି ଫ୍ରାଞ୍ଚାଇଜ୍ ନୂଆ କ୍ୟାପଟେନ ସନ୍ଧାନରେ ରହିଛି । ବିରାଟ କୋହଲିଙ୍କ ପରେ ଆରସିବିର ଅଧିନାୟକ ଦାୟିତ୍ୱ ନେଇଥିଲେ ଫାଫ୍ ଡୁ ପ୍ଲେସିସ୍ । କିନ୍ତୁ ୩ଟି ସିଜିନ ବିତିଥିଲେ ମଧ୍ୟ ସେ ଟିମ୍ ପାଇଁ ଟ୍ରଫି ଜିତିବାରେ ହୋଇପାରିନଥିଲେ ସଫଳ । ତେବେ ବର୍ତ୍ତମାନ ବେଙ୍ଗାଲୁରୁ ନୂଆ ଅଧିନାୟକ ସନ୍ଧାନରେ ରହିଛି ।
ଏହାପଛକୁ ରହିଛି ଗୁଜରାଟ । ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଛାଡିବା ପରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ ଶୁବମାନ ଗିଲ । କିନ୍ତୁ କ୍ୟାପଟେନସିପ ଯୋଗୁଁ ସେ ତାଙ୍କ ବ୍ୟାଟିଂରେ ଧ୍ୟାନ ଦେଇ ପାରିନଥିଲେ । ଶୁଭମାନ ଗିଲଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସର ଶେଷ ସିଜିନରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ତେଣୁ ଗୁଜୁରାଟ ମଧ୍ୟ ବଦଳାଇପାରେ କ୍ୟାପଟେନ ।
ଏହାପଛକୁ ରହିଛି ପଞ୍ଜାବ କିଙ୍ଗସ । ଗତ ସିଜନରେ ଶିଖର ଧାୱନଙ୍କ ଅନୁପସ୍ଥିତିରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ ସାମ କୁରାନ୍ । ଉଭୟ ବ୍ୟାଟିଂ ଏବଂ ଅଧିନାୟକରେ ଫ୍ଲପ୍ ହୋଇଥିଲେ ସାମ କୁରାନ । ପଞ୍ଜାବ କିଙ୍ଗସ ବର୍ତ୍ତମାନ ଜଣେ ଅଭିଜ୍ଞ ଅଧିନାୟକ ଖୋଜୁଛି।