ଆମ୍ବୁଲାନ୍ସକୁ ପିଟିଲା ଟ୍ରକ; ଆମ୍ବୁଲାନ୍ସରେ ଥିଲେ ଛଅ ଦିନର ଶିଶୁ ସମେତ ଚାରି ଜଣ...

NEWS7
investigation-begins-into-robbery-at-gold-shop-owners-house

ଜଳେଶ୍ଵର : ଚନ୍ଦନେଶ୍ଵର ୫୭ନମ୍ବର ରାଜ୍ୟ ରାଜପଥ ତାଳବଣିଆ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସରେ ଛଅ ଦିନର ଶିଶୁ ସମେତ ଚାରିଜଣ ଥିଲେ।  ମେଡିକାଲରୁ ଫେରୁଥିବା ସମୟରେ ଟ୍ରକ୍ ଟି ଧକ୍କା ଦେଇଥିଲା। ପୂରା ପରିବାର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। 

ସୂଚନାଯାୟୀ ସୋମବାର ଅପରାହ୍ନ ସମୟରେ ଭୋଗରାଇ ବ୍ଲକ କୀର୍ତନିଆ ଗ୍ରାମର ଏକ ପରିବାର ପ୍ରସବର ଛଅ ଦିନ ପରେ ଡିସଚାର୍ଜ ହୋଇ ଘରକୁ ଫେରୁଥିଲେ।  ଜଳେଶ୍ୱର ଥାନା ନାମ୍ପ ତାଳବଣିଆ ଠାରେ ଏକ ଟ୍ରକ ଆମ୍ବୁଲାନ୍ସକୁ ପଛପଟୁ ଧକ୍କା ଦେଇ ରାସ୍ତା କଡ଼କୁ ଅଲଟି ପଡିଥିଲା। ଆମ୍ବୁଲାନ୍ସରେ ୬ଦିନର ଶିଶୁ ସମେତ ୪ଜଣ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅମ୍ବୁଲାନ୍ସରେ ଥିବା ପରିବାରକୁ  ଉଦ୍ଧାର କରାଯାଇ  ଜଳେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।  ପରେ ସମସ୍ତେ ସାମାନ୍ୟ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି। ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଓ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।