ଦେଶରେ ଦୁଇଗୁଣା ହେଲା ଇଣ୍ଟର୍ଣ୍ଣସିପ୍ ପୋଷ୍ଟିଂ: ଗତ ୨ ବର୍ଷରେ ୧୦୩% ବୃଦ୍ଧି, ଇଂରାଜୀ କହୁଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ

Published By : Prameya-News7 Bureau | March 26, 2025 IST

internet

ନୂଆଦିଲ୍ଲୀ: ଦେଶରେ ଇଣ୍ଟର୍ଣ୍ଣସିପ୍‌ ସଂଖ୍ୟା ଦୁଇଗୁଣିତ ହୋଇଛି। ଗତ ୩ ବର୍ଷରେ ଅର୍ଥାତ୍ ଫେବୃଆରୀ ୨୦୨୨-ଫେବୃଆରୀ ୨୦୨୫ ମଧ୍ୟରେ ଭାରତରେ ଇଣ୍ଟର୍ଣ୍ଣସିପ୍‌ ପୋଷ୍ଟିଂରେ ଆଶ୍ଚର୍ଯ୍ୟଜନକ ୧୦୩ ପ୍ରତିଶତ ବୃଦ୍ଧି ଘଟିଛି। ଜବ୍ସ ପ୍ଲାଟଫର୍ମ ଇନଡିଡ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ମାକୁ ଆସିଛି। ରିପୋର୍ଟ ଅନୁସାରେ, ଗତ ବର୍ଷକ ମଧ୍ୟରେ, ଇଣ୍ଟର୍ଣ୍ଣସିପ୍‌ ପୋଷ୍ଟିଂ ୨୩ ପ୍ରତିଶତ ବୃଦ୍ଧି ପାଇଛି।


ଇନ୍‌ଡିଡ୍ ରିପୋର୍ଟ ଅନୁସାରେ, ଗତ ତିନି ବର୍ଷ  ଅର୍ଥାତ୍ ଫେବୃଆରୀ ୨୦୨୨ ରୁ ଫେବୃଆରୀ ୨୦୨୫ ମଧ୍ୟରେ ଭାରତରେ ଇଣ୍ଟର୍ଣ୍ଣସିପ୍‌ ପୋଷ୍ଟିଂରେ ଆଶ୍ଚର୍ଯ୍ୟଜନକ ଭାବେ ୧୦୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। କେବଳ ବର୍ଷକ ମଧ୍ୟରେ ବଢିଛି୨୩ ପ୍ରତିଶତ। ଇଣ୍ଟର୍ଣ୍ଣସିପ୍‌ ଦେବା କ୍ଷେତ୍ରରେ ଦିଲ୍ଲୀ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଆଗରେ ରହିଛନ୍ତି। ଦିଲ୍ଲୀରେ ୭.୨ ପ୍ରତିଶତ, କର୍ଣ୍ଣାଟକ ୬.୮ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୬.୨ ପ୍ରତିଶତ ଇଣ୍ଟର୍ଣ୍ଣସିପ୍‌ ପୋଷ୍ଟିଂ ବୃଦ୍ଧି ପାଇଛି। 

ଇଣ୍ଟର୍ଣ୍ଣସିପ୍‌ରେ ଦେବା ବେଳେ କମ୍ପାନୀମାନେ ପ୍ରଥମେ ପ୍ରାର୍ଥୀଙ୍କର କମ୍ୟୁନିକେସନ ସ୍କିଲ୍‌କୁ ଅଧିକୁ ଗୁରୁତ୍ୱ ଦେଇଛନ୍ତି। ୩୧.୯୯ ପ୍ରତିଶତ ନିଯୁକ୍ତି ଏହି ଆଧାରରେ ଦିଆଯାଇଥିବା ବେଳେ ଇଂରାଜୀ ଭାଷାର ଦକ୍ଷତା ଅନୁସାରେ ୧୨ ପ୍ରତିଶତ ନିଯୁକ୍ତି ଓ  କି-ୱାର୍ଡ ରିସର୍ଚ୍ଚ ଏବଂ ଆନାଲିଟିକାଲ ସ୍କିଲ୍‌ ଆଧାରରେ ୯ ପ୍ରତିଶତ, SEO ଏକ୍ସପର୍ଟ ଏବଂ ମାଇକ୍ରୋସଫ୍ଟ ଏକ୍ସେଲ ଜାଣିବା ଆଧାରରେ ୮ ପ୍ରତିଶତ ନିଯୁକ୍ତି ଦିଆଯାଇଛି।

ପଢନ୍ତୁ- UPI ସର୍‌ଭର ଡାଉନ; ପେମେଣ୍ଟ ଆପ୍ ଗୁଗଲ-ପେ’, ଫୋନ-ପେ’ ଅଚଳ

ଏହା ବ୍ୟତୀତ, ପାଇଥନ୍ ପ୍ରୋଗ୍ରାମିଂରେ ୭ ପ୍ରତିଶତ, ମାଇକ୍ରୋସଫ୍ଟ ଅଫିସ୍ ଦକ୍ଷତାରେ ୭ ପ୍ରତିଶତ, HTML ଏବଂ ଜାଭାସ୍କ୍ରିପ୍ଟ ଦକ୍ଷତାରେ ୬ ପ୍ରତିଶତ ଲେଖାଏ ଇଣ୍ଟର୍ଣ୍ଣସିପ୍ ନିଯୁକ୍ତି ମିଳିଛି। ଏଥିରୁ ଡିଜିଟାଲ୍ ଏବଂ ୱେବ୍ ଡେଭଲପମେଣ୍ଟ ଦିଗରେ କେତେ ଚାହିଦା ବଢ଼ିଛି ତାହା ଜଣାପଡ଼ିଛି। 

ଏଥିରେ ହାରାହାରି  ଇଣ୍ଟର୍ଣ୍ଣସିପ୍‌ ଷ୍ଟାଇପେଣ୍ଡ ମାସକୁ ୨୫,୪୩୨ ଟଙ୍କା ଅଫର କରାଯାଇଛି। କିନ୍ତୁ ହାଇଦ୍ରାବାଦ, ବାଙ୍ଗାଲୋର, ମୁମ୍ବାଇ, ପୁଣେ ଏବଂ ଗୁଡ଼ଗାଓଁ ଭଳି ସହରଗୁଡ଼ିକରେ ଜାତୀୟ ହାରଠାରୁ ଅଧିକ ଷ୍ଟାଇପେଣ୍ଡ ପ୍ରଦାନ କରାଯାଇଛି। ହେଲେ ଚେନ୍ନାଇ ଏବଂ କୋଲକାତା ଭଳି ସହରଗୁଡ଼ିକ ହାରାହାରି ଠାରୁ କମ୍ ଷ୍ଟାଇପେଣ୍ଡ ଦିଆଯାଇଛି। 

ପଢନ୍ତୁ- ଗ୍ରାହକଙ୍କୁ ଲାଗିବ ଝଟ୍‌କା, ଏଟିଏମ୍‌ରୁ ଟଙ୍କା ଉଠାଇଲେ ଦେବେ ଅଧିକ ଚାର୍ଜ

ଏହା ବ୍ୟତୀତ, ଅନେକ କମ୍ପାନୀ ପ୍ରାର୍ଥୀମାନଙ୍କୁ ୱାର୍କ ଫ୍ରମ ହୋମ, କାମ ସମୟରେ କୋହଳତା, ସ୍ୱାସ୍ଥ୍ୟ ବୀମା କଭରେଜ୍, ଅସୁସ୍ଥତା ବେଳେ ଅନୁପସ୍ଥିତ ରହିଲେ ବି ଦରମା ଏବଂ କାମରେ ସହଯୋଗ ପାଇଁ ମୋବାଇଲ୍ ଫୋନ୍ ଦେବା ଭଳି ସୁବିଧା ଦେଉଛି। 

ପ୍ରଥମ ପର୍ଯ୍ୟାୟରେ ଇଣ୍ଟର୍ନସିପ୍ ଅଫର ଗ୍ରହଣ କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ଆଶାଠାରୁ କମ୍ ହେବା ପରେ ଗତ ସପ୍ତାହରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ (PMIS) ଅଂଶଗ୍ରହଣ କରିବାକୁ କମ୍ପାନୀଗୁଡ଼ିକୁ ଉତ୍ସାହିତ କରିଥିଲେ। ଯାହା ପରିଣାମ ସ୍ୱରୁପ ଇଣ୍ଟର୍ଣ୍ଣସିପ୍‌ରେ ବୃଦ୍ଧି ଦେଖିବାକୁ ମିଳିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.