ମା’ ହେଲେ 'ଟେଲି ଅଭିନେତ୍ରୀ ସୋନାରିକା ଭଦୋରିଆ, ଶିଶୁ କନ୍ୟାଙ୍କୁ ଦେଲେ ଜନ୍ମ

NEWS7
international-emmy-awards-2023-vir-das-best-comedy-winner

ନୂଆଦିଲ୍ଲୀ ୦୮।୧୨; ମା’ ହେଲେ ଦେବୋ କେ ଦେବ ମହାଦେବ ଫେମ୍ ଅଭିନେତ୍ରୀ ସୋନାରିକା ଭଦୋରିଆ । ସୋନାରିକା ଏବଂ ତାଙ୍କ ସ୍ୱାମୀ ବିକାଶ ପରାଶର ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି । ଟିଭିର ପାର୍ବତୀ ସୋସିଆଲ ମିଡିଆରେ ନିଜର ମାତୃତ୍ୱ ବିଷୟରେ ସେୟାର କରିଛନ୍ତି । ସେ ଝିଅର ପାଦର ଫଟୋ ସେୟାର କରି ଲେଖିଛନ୍ତି, ‘ଆମର ସବୁଠାରୁ ସୁନ୍ଦର ଏବଂ ସବୁଠାରୁ ବଡ ଆଶୀର୍ବାଦ । ବର୍ତ୍ତମାନ ଏହା ଆମର ପୁରା ଦୁନିଆ ପାଲଟିଛି । ସୋନାରିକା ଡିସେମ୍ବର ୫ ରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ଶିଶୁ କନ୍ୟା ଜନ୍ମ ବିଷୟରେ ଘୋଷଣା କରିବା ପରଠାରୁ ଫ୍ୟାନ୍ସ ଏବଂ ବନ୍ଧୁମାନେ ସୋନାରିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ଲତା ସଭରୱାଲ, ଆଶିଷ ଶର୍ମା, ଅଶନୁର କୌର ଏବଂ ଆରତୀ ସିଂ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋନାରିକା ୨୦୨୪ ରେ ବ୍ୟବସାୟୀ ବିକାଶ ପରାଶରଙ୍କୁ ବିବାହ କରିଥିଲେ । ସେମାନଙ୍କର ବିବାହ ବହୁତ ଗ୍ରାଣ୍ଡ ଥିଲା । ଯାହାର ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା । ସେପ୍ଟେମ୍ବର ୨୦୨୫ ରେ, ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ପ୍ରେଗ୍ନେନ୍ସି ବିଷୟରେ ଘୋଷଣା କରିଥିଲେ । ସମୁଦ୍ର କୂଳରେ ସେ ତାଙ୍କ ବେବି ବମ୍ପ ସୋ’ କରୁଥିବା ଦେଖିବାକୁ ମିଳିଥିଲା ।

ବାସ୍ତବ ଜୀବନରେ ସୋନାରିକା ବହୁତ ଗ୍ଲାମରସ୍ । ପ୍ରେଗ୍ନେନ୍ସିରେ ମଧ୍ୟ ସେ ଅନେକ ଗ୍ଲାମରସ୍ ଫଟୋସୁଟ୍ ସେୟାର କରିଥିଲେ। ଯେଉଁଥିରେ ସେ ବେବି ବମ୍ପକୁ ଫ୍ଲଣ୍ଟ କରୁଥିବା ଦେଖିବାକୁ ମିଳିଥିଲା । ସୋନାରିକାଙ୍କ ଫଟୋସୁଟକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଥିଲେ । କହିବାକୁ ଗଲେ ସୋନାରିକା ୨୦୧୧ରେ ‘ତୁମ୍ ଦେନା ସାଥ୍ ମେରା’ ଶୋ’ରେ ଡେବ୍ୟୁ କରିଥିଲେ । କିନ୍ତୁ ସେମାନେ ଦେବୋ କେ ଦେବ ମହାଦେବରେ ପାର୍ବତୀ ଭାବରେ ବେଶ ଜଣାଶୁଣା … ଯାହାପରେ ସେ ଅନେକ ପ୍ରଶଂସା ସାଉଁଟିଥିଲେ।