ସରପଞ୍ଚଙ୍କ ଜାଲ ଦସ୍ତଖତରେ ଡାକ ଘରୁ ବୀମା ରାଶି ଉଠାଣ, ଖଲ୍ଲିକୋଟ ଥାନାରେ ଏତଲା

Published By : Prameya-News7 Bureau | August 10, 2025 IST

ଖଲ୍ଲିକୋଟ ୧୦।୮: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତ ସରପଞ୍ଚଙ୍କ ଜାଲ ଦସ୍ତଖତରେ ଡାକ ଘରୁ ୩ ଲକ୍ଷ ଟଙ୍କାର ବୀମା ରାଶି ଉଠାଣ ଅଭିଯୋଗ । ଖଲ୍ଲିକୋଟ ଥାନାରେ ଏତଲା । 

ସୂଚନାଯୋଗ୍ୟ ଯେ, ଆଇତିପୁର ପଂଚାୟତର ଲୋକନାଥ ସାହୁଙ୍କ ପତ୍ନୀ ସ୍ବର୍ଗତ ସୁନ୍ଦରୀ ସାହୁଙ୍କ ମୃତ୍ୟୁ ପରେ ଡାକ ଘର ବୀମା ବାବଦରେ ପ୍ରାୟ ୩ ଲକ୍ଷ ଟଙ୍କା ମିଳିବା ଲାଗି ଆବେଦନ କରି ସମସ୍ତ କାଗଜ ପତ୍ର ଦାଖଲ କରିଥିଲେ । ଏହି ସମ୍ବନ୍ଧୀୟ କାଗଜ ପତ୍ର ପାଇବା ପରେ ବ୍ରହ୍ମପୁର ଡାକ ମଣ୍ଡଳର ଅଧ୍ୟକ୍ଷ ବସନ୍ତ କୁମାର ପଣ୍ଡା ଆଇତିପୁର ପଞ୍ଚାୟତ ଆସି ମୃତ ସୁନ୍ଦରୀଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କଲାବେଳେ ଆଇତିପୁର ସରପଞ୍ଚ ଟ୍ୱିକିଲ ତରାଇ ସେଇ କାଗଜପତ୍ର ଓ ସେଇ କାଗଜରେ ହୋଇଥିବା ଦସ୍ତଖତ ଜାଲ୍ ବୋଲି ଦର୍ଶାଇଥିଲେ । ଏହି ଦସ୍ତଖତ ସମ୍ବଳିତ  ଲେଟର ପ୍ୟାଡ଼ ଦେଖିବା ପରେ ସରପଞ୍ଚ ତାଙ୍କ ଜାଲ୍ ଦସ୍ତଖତ ସହ ଲେଟର ପ୍ୟାଡ଼, ସିଲ୍ ଜାଲ୍ ଥିବା ଜାଣିବାକୁ ପାଇଥିଲେ । ଫଳରେ ସରପଞ୍ଚ ଟ୍ୱିକିଲ ତରାଇ ଗତ ୭ ତାରିଖରେ ଖଲ୍ଲିକୋଟ ଥାନାରେ ଏକ ଏତଲା ଦେଇଛନ୍ତି । ଏସମ୍ପର୍କରେ ମୃତ ସୁନ୍ଦରୀଙ୍କ ସ୍ୱାମୀ ଲୋକନାଥ ସାହୁଙ୍କ ସହ ଯୋଗାଯୋଗ କରିବାରୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି  ।

You Can Read:

କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା ଆୟୋଜିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.