ରାଜଧାନୀରେ ପଥ ଉତ୍ସବ, ଜମୁଛି ନାଚଗୀତର ଆସର; ମାଷ୍ଟର କ୍ୟାଣ୍ଟିନ୍‌ରୁ ରାମ ମନ୍ଦିର ଯାଏଁ ଗାଡି ଚଳାଚଳ ବନ୍ଦ

NEWS7
inhabitants-of-puri-entry-puri-temple

ଭୁବନେଶ୍ୱର ୦୪।୦୧: ଆଜି ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥ ଉତ୍ସବ । ଉତ୍ସବ ମୁଖର ଜନପଥ । ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ “ପଥ ଉତ୍ସବ" ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ , କୁଇଜ୍ କମ୍ପିଟିସନ , ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଆୟୋଜନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଗତକାଲି ଠାରୁ ରାତି ୧୧ଟାରୁ ସକାଳ ୧୧ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତା ସମସ୍ତ ପ୍ରକାର ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି ।

​​​​​​​

ପଥୋତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର ଭୁବନେଶ୍ବର ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଉପସ୍ଥିତ ଥିଲେ। ଶୀତରେ ଉଷ୍ମତା ଭରିଲେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, କମେଡିରେ ହସି ହସି ବେଦମ କଲେ ପପୁ ପମପମ୍। ଏତିକିରେ ଉତ୍ସବ ସୀମିତ ନାହିଁ ।

ଶୀତୁଆ ସକାଳରେ ଖାଦ୍ୟ ବଜା ମଜ୍ଜା ନେଲେ ରାଜଧାନୀବାସୀ। ସେହିପରି ମହିଳା ଓ ବାଳିକାମାନଙ୍କ ପାଇଁ ରଙ୍ଗୋଲି, ପୁଚି, ଚିତ୍ରାଙ୍କନ ରହିଥିବା ବେଳେ ଫେସ୍ ପେଣ୍ଟିଂ କରି ଶିଶୁମାନେ କିଡ୍ସ କିଙ୍ଗଡମରେ ବିଭୋର ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଜାନୁଆରୀ ୧୮ତାରିଖରେ ନୂଆ ଜାଗମରା ବରମୁଣ୍ଡା ରାସ୍ତା ଏବଂ ଫେବୃଆରୀ ୧ ତାରିଖରେ ଇମ୍ଫୋସିଟିଠାରେ ପଥ ଉତ୍ସବ ଚାଲିବ ।